ରାସ୍ତାରେ କୁକୁରଙ୍କୁ ଖାଇବାକୁ ଦେଲେ ରହିବେ ଦାୟୀ: ସୁପ୍ରିମକୋର୍ଟ

85

ନୂଆଦିଲ୍ଲୀ: ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ। ବୁଲା କୁକୁର ପ୍ରସଙ୍ଗର ଆଜିର ଶୁଣାଣିରେ ସୁପ୍ରିମକୋର୍ଟ କହିଛନ୍ତି ଯେ କୁକୁର କାମୁଡିଲେ ରାଜ୍ୟ ଦେବ ବଡ କ୍ଷତିପୂରଣ। ରାସ୍ତାରେ କୁକୁରଙ୍କୁ ଖାଦ୍ୟ ଦେବା ଲୋକେ ମଧ୍ୟ ଦାୟୀ ରହିବେ। ବିଚାରପତି ବିକ୍ରମ ନାଥ, ସନ୍ଦୀପ ମେହେଟ୍ଟା ଏବଂ ଏନଭି ଅଞ୍ଜାରିଆଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ତିନି ଜଣିଆ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ କୁକୁର ଆକ୍ରମଣ ପାଇଁ ଉତ୍ତରଦାୟିତ୍ୱ କେବଳ ଅଧିକାରୀଙ୍କ ପାଇଁ ନୁହେଁ ବରଂ ସେମାନଙ୍କୁ ଖାଦ୍ୟ ଦେଉଥିବା ଲୋକଙ୍କ ପାଇଁ ମଧ୍ୟ ସ୍ଥିର କରାଯିବ । ସୁପ୍ରିମକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୨୦ ତାରିଖ ଦିନ ଅପରାହ୍ନ ୨ଟାରେ କରିବେ। ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଯେ ହସ୍ପିଟାଲ, ରେଳ ଷ୍ଟେସନ, ବସ୍ ଡିପୋ ଏବଂ ଶିକ୍ଷାନୁଷ୍ଠାନ ଭଳି ସାର୍ବଜନୀନ ସ୍ଥାନଗୁଡ଼ିକୁ କୁକୁର ଆଶ୍ରୟସ୍ଥଳ ଭାବରେ ବ୍ୟବହାର କରାଯାଇପାରିବ ନାହିଁ। ସୁପ୍ରିମକୋର୍ଟ କୁକୁର ପ୍ରେମୀଙ୍କୁ କଡ଼ା ଶବ୍ଦରେ କହିଛନ୍ତି, “ଯେଉଁମାନେ ନିଜକୁ କୁକୁରପ୍ରେମୀ ବୋଲି ଦାବି କରନ୍ତି, ସେମାନେ ଏହି ପ୍ରାଣୀମାନଙ୍କୁ ଘରକୁ ନେଇଯିବା ଉଚିତ।” ଗୁଜୁରାଟ ହାଇକୋର୍ଟର ଏକ ଘଟଣାର ଉଦାହରଣ ଦେଇ ଜଷ୍ଟିସ୍ ମେହେଟା କହିଛନ୍ତି ଯେ ପରିସ୍ଥିତି ଏତେ ଭୟଙ୍କର ଯେ କୋର୍ଟ ରୁମରେ ମଧ୍ୟ କୁକୁର ଆକ୍ରମଣ ଘଟୁଛି। ଆହୁରି ଖରାପ କଥା ହେଉଛି, ଯେତେବେଳେ ପୌର କର୍ମଚାରୀମାନେ କୁକୁରମାନଙ୍କୁ ଧରିବାକୁ ଯାଆନ୍ତି, କୁକୁର ପ୍ରେମୀ ଏବଂ ଓକିଲମାନେ ସେମାନଙ୍କ ଉପରେ ଆକ୍ରମଣ କରନ୍ତି। ଏହି ପ୍ରସଙ୍ଗରେ ଖଣ୍ଡପୀଠ ପଚାରିଥିଲେ, “ଯେତେବେଳେ ଏକ କୁକୁର ୯ ବର୍ଷର ଶିଶୁକୁ ଆକ୍ରମଣ କରେ, ସେତେବେଳେ କିଏ ଦାୟୀ ହେବ? ରାସ୍ତା କୁକୁରମାନଙ୍କୁ ଖାଦ୍ୟ ଦେଉଥିବା ସଂଗଠନ କ’ଣ ଦାୟୀ ରହିବ?

Comments are closed, but trackbacks and pingbacks are open.