ଗିରଫ ଭୟରେ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଦ୍ୱାରସ୍ଥ ହେଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

15

ମୟୂରଭଞ୍ଜ ଜିଲ୍ଲା ରେ ଦୁଇ ସରକାରୀ କର୍ମଚାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଗତ ଜାନୁୟାରୀ ମାସରେ ନିସ୍ତୁକ ମାଡ଼ ମାରିଥିଲେ I ଏନେଇ ଦୁଇ ଅଧିକାରୀ ବାରିପଦା ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ମନ୍ତ୍ରୀଙ୍କ ବିରୋଧରେ ପୁଲିସ୍‌ ୩୨୩, ୩୨୫, ୩୪୧, ୨୯୪, ୫୦୬ ଦଫାରେ ମାମଲା ରୁଜୁ କରି ତଦନ୍ତ କରୁଛି। ସେପଟେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଗିରଫ ଭୟ ରେ ଆଗୁଆ ଜାମିନ ପାଇଁ ହାଇକୋର୍ଟ ର ଦ୍ୱାରସ୍ଥ ହୋଇଛନ୍ତି I

ସୂଚନାନୁସାରେ ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ଉପ-ନିର୍ଦ୍ଦେଶକ ଅଶ୍ୱିନୀ ମଲ୍ଲିକଙ୍କ ଓ ସହକାରୀ ନିର୍ଦେଶକ ଦେବାଶିଷ ମହାପାତ୍ରଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ନିଜ ବିଭାଗର ଯୋଜନା ସମ୍ପର୍କରେ ସମୀକ୍ଷା କରିବା ପାଇଁ ତକତପୁର ସ୍ଥିତ ନିଜ କାର୍ଯ୍ୟାଳୟକୁ ଡକାଇଥିଲେ। ଡାକରା ପାଇ ଦୁଇ ଅଧିକାରୀ ମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ହେଲେ ସେମାନେ ବିଭାଗର ଫାଇଲ ଆଣିନଥିବାରୁ ଉଭୟ କର୍ମଚାରୀ ଙ୍କ ଉପରେ ବିରକ୍ତ ପ୍ରକାଶ କରି ଆଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ମନ୍ତ୍ରୀ I ଏହା ପରେ ଉଭୟଙ୍କ ଭିତରେ ଯୁକ୍ତିତର୍କ ହେବାରୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ସେଠାରେ ପଡିଥିବା ଏକ ପ୍ଲାଷ୍ଟିକ ଚେୟାର ଉଠାଇ ଦୁଇ ଅଧିକାରୀଙ୍କୁ ନିସ୍ତୁକ ମାଡ଼ ମାରିବା ଅଭିଯୋଗ ହୋଇଥିଲା I ଫଳରେ ଦୁଇ କର୍ମଚାରୀ ଗୁରୁତ୍ତର ଆହତ ହୋଇ ବାରିପଦା ସରକାରୀ ଡାକ୍ତର ଖାନାରେ ଭର୍ତି ହୋଇଥିଲେ I ତେବେ ଏ ସମ୍ପର୍କରେ ଆଜି ବାରିପଦା ଜେଏମ୍‌ଏଫ୍‌ସିଙ୍କ କୋର୍ଟରେ ୧୬୪ ଧାରାରେ ଅଭିଯୋଗ କାରୀ ଙ୍କ ବୟାନ ରେକର୍ଡ ହୋଇଛି।
ସେପଟେ ବାରିପଦା ଟାଉନ ଥାନା ପୁଲିସ୍‌ କହିଛି, ଘଟଣାର ସବିଶେଷ ତଥ୍ୟ ଲୋକସଭା ବାଚସ୍ପତିଙ୍କୁ ଜଣାଇ ଦିଆଯାଇଛି। ତେବେ ମୟୁରଭଞ୍ଜ ଜିଲ୍ଲାର କୌଣସି ଉନ୍ନତି ମୂଳକ କାର୍ଯ୍ୟ କରିବା ପରିବର୍ତ୍ତେ, ପୂର୍ବରୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କର ସରକାରୀ ଅଫିସର ମାନଙ୍କୁ ଦୁର୍ବ୍ୟବହାର କରିବାର ନଜିର ରହିଛି I

Leave A Reply

Your email address will not be published.