ବଢ଼ିଲା ସୁଜିତ ରାଉଳଙ୍କ ଗିରଫଦାରୀ ଭୟ: ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ

23

ଭୁବନେଶ୍ବର: ଚୌଦ୍ୱାର ଜେଲ ଅଧୀକ୍ଷକ ସୁଜିତ ରାଉଳଙ୍କ ଅଡ଼ୁଆ ପୁଣି ବୃଦ୍ଧି ପାଇଛି। ହାଇକୋର୍ଟ ସୁଜିତଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିବା ସହ ପୂର୍ବରୁ ଦିଆଯାଇଥିବା ଅନ୍ତରୀଣ ସୁରକ୍ଷାକୁ ମଧ୍ୟ ହଟାଇ ଦେଇଛନ୍ତି। ଫଳରେ ସେ କୌଣସି ମୁହୂର୍ତ୍ତରେ ଗିରଫ ହେବାର ସମ୍ଭାବନା ଦେଖାଦେଇଛି। ଚୌଦ୍ୱାର ଜେଲରୁ ଦୁଇ ଜଣ ବିହାରୀ କଏଦୀ ଫେରାର ହେବା ଏବଂ ପୂର୍ବତନ ଜେଲର ସନ୍ତୋଷିନୀ ଦାସଙ୍କ ଦସ୍ତଖତ ଜାଲିଆତି କରିବା ନେଇ ଚୌଦ୍ୱାର ଥାନାରେ ମାମଲା ରୁଜୁ ହୋଇଥିଲା। ପୋଲିସ ତଦନ୍ତ ସମୟରେ ସୁଜିତ କୌଣସି ସହଯୋଗ କରିନଥିଲେ କି ଜେଲର ମିନିଟ୍ ବୁକ୍  ଦାଖଲ କରିନଥିଲେ। ବାରମ୍ବାର ରିମାଇଣ୍ଡର ସତ୍ତ୍ୱେ ମିନିଟ୍ ବୁକ୍ ଦାଖଲ ନ କରିବା ନେଇ ପୋଲିସ କୋର୍ଟଙ୍କ ନିକଟରେ ପ୍ରମାଣ ଉପସ୍ଥାପନ କରିଥିଲା। ଗତ ୨୪ ତାରିଖରେ ଆଗୁଆ ଜାମିନ ଆବେଦନର ଶୁଣାଣି ଶେଷ କରି ଅଦାଲତ ରାୟ ସଂରକ୍ଷିତ ରଖିଥିଲେ। ଆଜି କୋର୍ଟ ଆବେଦନଟିକୁ ଖାରଜ କରିବା ସହ ଅନ୍ତରୀଣ ସୁରକ୍ଷା ପ୍ରତ୍ୟାହାର କରିନେଇଛନ୍ତି।

Comments are closed, but trackbacks and pingbacks are open.