ଫତୱା ଜାରି: ଏଥର ମୁହଁ ଘୋଡ଼ାଇ ଖବର ପରିବେଷଣ କରିବେ ତାଲିବାନୀ ଆଙ୍କର,ପୁରୁଷ ଆଙ୍କର ଙ୍କର ଅଭିନବ ପ୍ରତିବାଦ

101

ଆଫଗାନିସ୍ଥାନ ରେ ବର୍ତ୍ତମାନ ଏକ ବର୍ଷ ଧରି ଚାଲିଛି ତାଲିବାନ ରାଜ I ଗତ ବର୍ଷ ତାଲିବାନ ଆଫଗାନିସ୍ତାନକୁ କବଜା କଲାବେଳେ ତାଲିବାନୀ ନିୟମ କାନୁନ ରେ ଏକ ସକାରାତ୍ମକ ପରିବର୍ତ୍ତନ କରିବ ବୋଲି ଘୋଷଣା କରିଥିଲା I ବର୍ତ୍ତମାନ ଧୀରେ ଧୀରେ ଏହା ନିଜର ପୁରୁଣା ବର୍ବର ଶୈଳୀକୁ ପୁଣି ଫେରିଛି I ତାଲିବାନ ରାଜ ରେ ସବୁଠାରୁ ଅଧିକ ଶୋଷଣ ର ଶିକାର ହେଉଛନ୍ତି ମହିଳା ମାନେ I ବର୍ତ୍ତମାନ ସେଠାରେ ଖୋଲାଖୋଲି ଭାବେ ମାନବିକ ଅଧିକାର ଏବଂ ମହିଳାମାନଙ୍କର ଅଧିକାରର ଉଲ୍ଲଂଘନ ହେଉଛି I ଦୈନିକ ନୂଆ ନୂଆ କଟକଣା ଜାରି କରି ସେମାନଙ୍କୁ ଘରର ଚାରିକାନ୍ଥ ଭିତରେ ଆବଦ୍ଧ ରହିବାକୁ ବାଧ୍ୟ କରୁଛି ତାଲିବାନ୍‌ ସରକାର। ଏବେ ସେଠିକାର ମହିଳାଙ୍କ ପାଇଁ ନୂଆ ଫତୱା ଜାରି କରାଯାଇଛି।ଆଫଗାନିସ୍ତାନର ତାଲିବାନ ଶାସକମାନେ ରବିବାର ଦିନ ପୁଣି ଏକ ଅଜବ ଆଦେଶ ଜାରି କରିଛନ୍ତି। ଯାହା ଦେଶର ସମସ୍ତ ମହିଳା ଟିଭି ନ୍ୟୁଜ୍ ଆଙ୍କର୍ ପ୍ରସାରଣ ସମୟରେ ମୁହଁ ଘୋଡାଇବା ବାଧ୍ୟତାମୂଳକ କରାଯାଇଛି। ଅର୍ଥାତ କର୍ମକ୍ଷେତ୍ରରେ ମହିଳାଙ୍କ ପାଇଁ ବୁର୍ଖା ବାଧ୍ୟତାମୂଳକ କରାଯାଇଛି I କେବଳ ଆଖି ଛାଡ଼ି ପୂରା ଶରୀର ଘୋଡ଼ାଇ ହେଇ ରହିବାକୁ ମହିଳାମାନଙ୍କୁ ହୁକୁମ କରିଛନ୍ତି ତାଲିବାନର ଏକଛତ୍ରବାଦୀ ସରକାର। ତାଲିବାନ ସରକାରଙ୍କ ଏପରି ଘୋଷଣା ପରେ ଅନେକ ମହିଳା ଆଙ୍କର ମୁହଁ ଘୋଡାଇ ହୋଇ ଖବର ପଢୁଥିବା ଦେଖାଯାଇଛି । କେବଳ ସେତିକି ନୁହେଁ ବାହାରକୁ ଗଲେ ସାଥିରେ ପୁରୁଷ ସାଥି ଯିବା ବି ବାଧ୍ୟତାମୁଳକ ହୋଇଛି। ଯଦି କାହାଘରର ମହିଳା ନିୟମ ନ ମାନନ୍ତି ତେବେ ସେହି ଘରର ପୁରୁଷଙ୍କୁ ଜେଲ୍ ଦଣ୍ଡ ମିଳିବ।

ମାନବାଧିକାର କର୍ମୀମାନେ ଏହି ଆଦେଶକୁ ନିନ୍ଦା କରିଛନ୍ତି। ଗୁରୁବାର ଦିନ ଏହି ନିର୍ଦ୍ଦେଶ ଘୋଷଣା ହେବା ପରେ କେବଳ କିଛି ଗଣମାଧ୍ୟମ ଏହି ନିର୍ଦ୍ଦେଶ ପାଳନ କରିଛନ୍ତି। କିନ୍ତୁ ରବିବାର ଦିନ ତାଲିବାନ ଶାସକମାନେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ପରେ ଅଧିକାଂଶ ମହିଳା ଲଙ୍ଗର ମୁହଁରେ ଆଚ୍ଛାଦିତ ହୋଇଥିବା ଦେଖାଯାଇଥିଲା। ତାଲିବାନର ଏହି ନିର୍ଦ୍ଦେଶ ପରେ ପୁରୁଷ ଆଙ୍କରମାନେ ଏକ ଭିନ୍ନ ରୂପରେ ବିରୋଧ କରିଥିଲେ। ମୁହଁରେ ମାସ୍କ ପିନ୍ଧି ଖବର ପଢ଼ିଥିଲେ ଟୋଲୋ ନ୍ୟୁଜ୍‌ର ପୁରୁଷ ଆଙ୍କର। ଏହାପରେ ଆଫଗାନିସ୍ତାନ ସୋସିଆଲ୍ ମିଡିଆରେ ଏକ ହ୍ୟାସ୍ ଟ୍ୟାଗ୍ ସହିତ ଟ୍ରେଣ୍ଡ କରିଥିଲା ଫ୍ରି ହାର୍ ଫେସ୍। ଏହାପରେ ସାମ୍ବାଦିକଙ୍କ ଠାରୁ ଆରମ୍ଭ କରି ପୁରୁଷ ନାରୀ ସମସ୍ତେ ଆଙ୍କର ଫଟୋ ପୋଷ୍ଟ କରି ହ୍ୟାସ୍‌ ଟ୍ୟାଗ୍ ଦେଇ ଏଭଳି ଲେଖିଥିଲେ।

ଟୋଲୋ ନ୍ୟୁଜ୍’ ସହିତ ଏକ ଟିଭି ଶୋ ର ଆଙ୍କର୍ ସୋନିଆ ନିୟାଜୀ କହିଛନ୍ତି,’ ଏହା କେବଳ ଏକ ବାହ୍ୟ ସଂସ୍କୃତି, ଯାହା ଆମ ଉପରେ ଲାଗୁ ହୋଇଛି, ଯାହା ଆମ ଚେହେରାକୁ ଆଚ୍ଛାଦନ କରିବାକୁ ବାଧ୍ୟ କରିଥାଏ ଏବଂ ଆମ କାର୍ଯ୍ୟକ୍ରମ ଉପସ୍ଥାପନ କରିବାବେଳେ ଏହା ଆମ ପାଇଁ ଏକ ସମସ୍ୟା ଅଟେ।
ତେବେ ପୂର୍ବରୁ ମଧ୍ୟ ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ତାଲିବାନ କ୍ଷମତାରେ ଥିବା ବେଳେ ସମସ୍ତ ମହିଳାଙ୍କ ପାଇଁ ବୁର୍ଖା ପିନ୍ଧିବା ବାଧ୍ୟତା ମୂଳକ କରାଯାଇଥିଲା ।

Comments are closed, but trackbacks and pingbacks are open.