ପୁଅ ପାଇଁ ପଦ ହରାଇଲେ ବାପା :ବିଜେପି ଉପସଭାପତିଙ୍କୁ ଦଳରୁ ବହିଷ୍କାର

100

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ସାରା ଦେଶରେ ନିର୍ବାଚନୀ ବାତାବରଣ ଉଷ୍ଣ ହେବାରେ ଲାଗିଛି । ପ୍ରମୁଖ ରାଜନୈତିକ ଦଳମାନେ ନୂଆ ନେତାଙ୍କୁ ନୂଆ ଦାୟିତ୍ୱ ଦେଉଛନ୍ତି । ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ସାଧାରଣ ଭାବେ ଦଳ ବିରୋଧୀ କାର୍ଯ୍ୟ କାରଣରୁ ଅନେକ ନେତାଙ୍କୁ ଦଳରୁ ବହିଷ୍କାର କରାଯାଇଥାଏ ।

ମାତ୍ର ନିକଟରେ ଦେଖିବାକୁ ମିଳିଛି ଏହାର ବ୍ୟତିକ୍ରମ । ପୁଅର ପ୍ରେମ କାରଣରୁ ଜଣେ ବାପା ନିଜର ପଦ ହରାଇଛନ୍ତି । ଲଦାଖ ବିଜେପିର ଉପସଭାପତି ତଥା ବରିଷ୍ଠ ନେତା ନଜିର ଅହମଦଙ୍କୁ ଦଳରୁ ବହିଷ୍କାର କରାଯାଇଛି । ନଜିରଙ୍କ ପୁଅ ଅନ୍ୟ ଧର୍ମର ଜଣେ ଝିଅଙ୍କୁ ପ୍ରେମ କରିବା ସହିତ ତାଙ୍କୁ ନେଇ ଫେରାର ହୋଇଯାଇଥିଲେ । ତେଣୁ ପୁଅଙ୍କର ଏହି କାର୍ଯ୍ୟ ବାପାଙ୍କୁ ମହଙ୍ଗା ପଡ଼ିଥିଲା । ତେବେ ପୁଅର ଏଭଳି କାର୍ଯ୍ୟ କାରଣରୁ ନଜିରଙ୍କୁ ଦଳରୁ ବହିଷ୍କାର କରାଯାଇଛି ।

୭୪ ବର୍ଷୀୟ ବରିଷ୍ଠ ନେତା ନଜିରଙ୍କ ପୁଅ ବୌଦ୍ଧ ଧର୍ମର ଜଣେ ଯୁବତୀଙ୍କୁ ନେଇ ଫେରାର ହୋଇଯିବା ପରେ ବିବାହ କରିଥିଲେ । ମାସକ ତଳେ ତାଙ୍କର ପୁଅ ବୌଦ୍ଧ ଧର୍ମର ଜଣେ ଝିଅକୁ ଧରି ଫେରାର ହୋଇଯାଇଥିଲେ । ସେଥିପାଇଁ ନଜିରଙ୍କୁ ଦଳର ପ୍ରାଥମିକ ସଦସ୍ୟତା ପଦରୁ ବହିଷ୍କାର କରାଯାଇଥିଲା । ତେବେ ଏହି ଘଟଣା ସାଂପ୍ରଦାୟିକ ସଦଭାବ ଓ ଧାର୍ମିକ ଏକତାକୁ ପ୍ରଭାବିତ କରିଥାଏ ବୋଲି ଦଳ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ପୁଅର ବିବାହକୁ ନେଇ ସାରା ପରିବାର ବିରୋଧ କରିଥିଲେ । ଏଥିପାଇଁ ତାଙ୍କୁ କ’ଣ ପାଇଁ ନିନ୍ଦା କରାଯାଉଛି ବୋଲି ନଜିର କହିଛନ୍ତି ।

Comments are closed, but trackbacks and pingbacks are open.