ଭୟଙ୍କର ସଡ଼କ ଦୁର୍ଘଟଣା : ଟ୍ରକ ଧକ୍କାରେ ଚାଲିଗଲା ୪ ଜୀବନ

26

ଜାମ୍ମୁ କାଶ୍ମୀରର ବାନିହାଲ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ମଙ୍ଗଳବାର ଅର୍ଥାତ ଆଜି ରାମବାନ୍ ଡେପୁଟି କମିଶନର କହିଛନ୍ତି ଯେ ଜାମ୍ମୁ କାଶ୍ମୀରର NH-44 ରେ ବାନିହାଲରେ ଏକ ଟ୍ରକ୍ ଧକ୍କା ହେବା ଫଳରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି । NH-44 ରେ ଟ୍ରାଫିକ୍ ବନ୍ଦ ହୋଇଯାଇଛି l ତେବେ ଏହି ଦୁର୍ଘଟଣା ଟି ଭୂସ୍ଖଳନ ହେତୁ ଘଟିଛି ।

ଟ୍ରକ ଜାମ୍ମୁରୁ ଶ୍ରୀନଗର ଯାଉଥିଲା ଏବଂ ଏକ ବଡ଼ ପଥର ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ଗାଡିଟି ରାସ୍ତାରୁ ଖସି ଯାଇଥିଲା । ସମସ୍ତ ଚାରିଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଘଟଣା ପରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲେ । ମୃତଦେହକୁ ସବ ଜିଲ୍ଲା ଡାକ୍ତରଖାନା ବାନିହାଲକୁ ପଠାଯାଇଛି ।

ଅଧିକାରୀଙ୍କ କହିବାନୁସାରେ, ଟ୍ରକଟି ରାସ୍ତାରୁ ଓହ୍ଲାଇ ରାମବାନ୍ ଜିଲ୍ଲାର ବାନିହାଲ ଅଞ୍ଚଳର ଶେର ବିବି ନିକଟରେ ଏକ ଖାଲ ଭିତରକୁ ଗଲାବେଳେ ଏହି ଘଟଣା ଘଟିଥିଲା l ଆହତମାନେ ଆଫଜାଲ ଗାରୁ, ଅଲତାଫ ଗାରୁ, ଇରଫାନ ଅହମ୍ମଦ ଏବଂ ଶୌକତ ଅହମ୍ମଦ ବୋଲି ଜଣାପଡିଛି । ରାମ୍ବାନ୍ ଡେପୁଟି କମିଶନର କହିଛନ୍ତି ଯେ ଆଫଜାଲ ଗାରୁ କାର ଚଳାଉଥିଲେ ।

ଅଧିକାରୀ କହିଛନ୍ତି, “ଭୂସ୍ଖଳନ ଯୋଗୁଁ ଜାତୀୟ ରାଜପଥରେ ଯାତାୟାତ ପ୍ରଭାବିତ ହୋଇଛି । ବାନିହାଲରେ ଭୂସ୍ଖଳନ ହେତୁ ଜାମ୍ମୁ ଶ୍ରୀନଗର ଜାତୀୟ ରାଜପଥ ଅବରୋଧ କରାଯାଇଛି । ଉଭୟ ପାର୍ଶ୍ୱରୁ ଯାତାୟାତ ବନ୍ଦ ହୋଇଯାଇଛି” । ଟ୍ରାଫିକ୍ ନିୟନ୍ତ୍ରଣ ୟୁନିଟ୍ ଗୁଡିକରୁ ନିଶ୍ଚିତକରଣ ବିନା NH-44 ରେ ଯାତ୍ରା ନକରିବାକୁ ଅଧିକାରୀମାନେ ପରାମର୍ଶ ଦେଉଛନ୍ତି l

Comments are closed, but trackbacks and pingbacks are open.