ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ମୃତ

35

ଭୁବେନଶ୍ବର: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବଡପୋଖରିଆ ସୁନେଈ ରୁପେଇ ଛକ ନିକଟରେ ଆଜି ବଡି ଭୋର ସମୟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଯେଉଁଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନେ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଅଞ୍ଚଳର ବୋଲି ଜଣା ପଡିଛି । ବିଶାଖାପାଟଣା ଅଞ୍ଚଳର ୨ ଜଣ ମହିଳାଙ୍କ ସହ ଦୁଇ ଜଣ ପୁରୁଷ ଏକ କାର୍ ରେ ପୁରୀ ଯାଉଥିଲେ । ତେବେ ସୁନେଇ ରୁପେଇ ଛକ ନିକଟରେ ଯାନ୍ତ୍ରୀକ ତ୍ରୁଟି କାରଣରୁ ଗୋଟିଏ ଟ୍ରକ୍ ପୁର୍ବରୁ ଉକ୍ତ ଛକରେ ଛିଡା ହୋଇ ରହିଥିଲା । ହେଲେ ଦୃତ ଗତିରେ ଏହି କାର୍ ଟି ଆସୁଥିବାରୁ କାର୍ ଚାଳକ ଦୂରରୁ ଟ୍ରକ୍ କୁ ଦେଖି ପାରି ନଥିଲେ । ଫଳରେ ଟ୍ରକ୍ ପଛ ଭାଗରେ କାର୍ ଟି ପିଟି ହୋଇ ଯାଇଥିଲା । ଦୁର୍ଘଟଣାର ତୀବ୍ରତା ଏତେ ଜୋର୍ ଥିଲା ଯେ ଘଟଣା ସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା ।ଖବର ପାଇ ଦୁର୍ଘଟଣା ସ୍ଥଳରେ ଜଙ୍କିଆ ଥାନା ଆଇଆଇସି ଅନିତା ସାହୁ ପହଞ୍ଚି ସମସ୍ତ ମୃତଦେହକୁ ଜବତ ଜରି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ସଦର ମେଡିକାଲକୁ ପଠାଇଛନ୍ତି । ତେବେ ମୃତକମାନଙ୍କର ପରିଚୟ ଏ ପର୍ଯ୍ୟନ୍ତ ମିଳିନଥିବା ବେଳେ ପୋଲିସ ଟ୍ରକ ଏବଂ ଟ୍ରକ ଚାଳକଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବାର କହିଛନ୍ତି ଜଙ୍କିଆ ଆଇଆଇସି ଶ୍ରୀମତୀ ସାହୁ ।

Comments are closed, but trackbacks and pingbacks are open.