FASTag ନିୟମରେ ହବ ପରିବର୍ତ୍ତନ

68

ନୂଆଦିଲ୍ଲୀ:କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ କରିବାକୁ ପଡ଼ିବ ନାହିଁ। FASTag ନିୟମକୁ ସରଳ ଏବଂ ସ୍ୱଚ୍ଛ କରିବା ପାଇଁ ଏହି ପଦକ୍ଷେପ ନିଆଯାଉଛି।FASTag ଉପରେ ମୋଦି ସରକାରଙ୍କ ଏହି ନିଷ୍ପତ୍ତି ସାଧାରଣ ଗାଡ଼ି ମାଲିକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ। NHAI ପକ୍ଷରୁ ଘୋଷଣା କରାଯାଇଛି, ଯେ, ୨୦୨୬ ଫେବୃଆରୀ ୧ରୁ ନୂତନ ଯାନ ପାଇଁ KYC ର ଅସୁବିଧା ଦୂର କରାଯିବ।ପୂର୍ବରୁ ନୂତନ FASTag ପାଇବା ସମୟରେ, ଗାଡି ମାଲିକ ପ୍ରାୟତଃ KYC ସମ୍ୱନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏଥିରେ ଭୁଲ ସୂଚନା, ଡକ୍ୟୁମେଣ୍ଟ ଯାଞ୍ଚ ସମସ୍ୟା କିମ୍ୱା ବାରମ୍ୱାର ବିଜ୍ଞପ୍ତି ଅନ୍ତର୍ଭୁକ୍ତ ଥିଲା। କିନ୍ତୁ ବର୍ତ୍ତମାନ, ସରକାର ନୂତନ FASTag ପାଇଁ ପୃଥକ KYC ଆବଶ୍ୟକତାକୁ ହଟାଇ ଏହି ଅସୁବିଧାକୁ ଦୂର କରିଛନ୍ତି।ଗାଡ଼ିର ପଞ୍ଜିକରଣ (RC) ପୂର୍ୱରୁ ଯାଞ୍ଚ କରାଯିବ। FASTag ନେବା ପରେ ସମସ୍ତ ସୂଚନା ଥରେ ଯାଞ୍ଚ କରାଯିବ। ଯଦି ଆପଣଙ୍କ ଗାଡ଼ିରେ ପୂର୍ୱରୁ FASTag ଅଛି, ତେବେ ଆପଣଙ୍କୁ KYC ପୁନଃ କରିବାକୁ ପଡିବ ନାହିଁ।

Comments are closed, but trackbacks and pingbacks are open.