ଫ୍ୟାସନ ହେଉଛି ସଂସ୍କୃତି, ପରିଚୟ ଏବଂ ପ୍ରଗତିର ଭାଷା – ରାଜ୍ୟପାଳ

294

ଭୁବନେଶ୍ୱର : ଫ୍ୟାସନ କପଡା ଏବଂ ସୂତା ଅପେକ୍ଷା ଅଧିକ। ଏହା ସଂସ୍କୃତି, ପରିଚୟ ଏବଂ ପ୍ରଗତିର ଭାଷା ବୋଲି ରାଜ୍ୟପାଳ ଡ଼ଃ ହରି ବାବୁ କମ୍ଭମପାଟି କହିଛନ୍ତି। ଚଳିତ ଜୁନ ୬ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଫ୍ୟାସନ ଟେକ୍ନୋଲୋଜି (ନିଫ୍ଟ)
ଆନୁକୂଲ୍ୟରେ ଆୟୋଜିତ ଗ୍ରାଜୁଏସନ୍ ସୋ– ୨୦୨୫ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି । ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଡିଜାଇନରମାନେ ଏହି ଭାଷାର କାହାଣୀକାର, ଉଦ୍ଭାବକ ଏବଂ ଧ୍ୱଜାବାହକ । ଡିଜାଇନର ମାନେ ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟ ରଖିସୃଷ୍ଟି କରିବା ସ୍ଥାୟିତ୍ଵକୁ ଗ୍ରହଣ କରିବା ଏବଂ ବିଶ୍ୱ ସୃଷ୍ଟି କୋଣକୁ ଆପଣେଇ ଆମ ଦେଶର ସମୃଦ୍ଧ
ଐତିହ୍ୟ ପ୍ରତି ସମ୍ମାନ ଜଣାଇବାକୁ ଆହ୍ଵାନ ଜଣାଇଥିଲେ। ରାଜ୍ୟପାଳ କହିଥିଲେ ଯେ ଡିଜାଇନ୍ ଜଗତ ସର୍ବଦା ବିକଶିତ ହେଉଥିବା ବେଳେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଫ୍ୟାସନ୍ ଟେକ୍ନୋଲୋଜି ଭୁବନେଶ୍ୱରରେ ଛାତ୍ରଛାତ୍ରୀମାନେ ହାସଲ କରିଥିବା ଶିକ୍ଷା ଏବଂ ଅଭିଜ୍ଞତା ସେମାନଙ୍କୁ ଭବିଷ୍ୟତରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ପାଇଁ ସଶକ୍ତ କରିବ । ସେମାନେ ନିଜ ଦକ୍ଷତା ଉପରେ ବିଶ୍ଵାସ ରଖି
ନିଜ ଦୃଷ୍ଟିକୋଣ ପ୍ରତି ଅନୁରକ୍ତ ରହିବା ସହିତ କେବେବି ଶିଖିବା ବନ୍ଦ କରନ୍ତୁ ନାହିଁ ବୋଲି ରାଜ୍ୟପାଳ କହିଥିଲେ। ଫ୍ୟାସନ୍ ଏବଂ ବୟନ ଶିଳ୍ପର ଦ୍ରୁତ ପରିବର୍ତ୍ତନଶୀଳ ଚାହିଦା ପୂରଣ ପାଇଁ ଵୃତ୍ତିଧାରୀ ପ୍ରସ୍ତୁତ କରିବାରେ ନିଫ୍ଟ ଭୁବନେଶ୍ଵରର ଭୂମିକାକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ଏପରି କାର୍ଯ୍ୟକ୍ରମ କେବଳ ସ୍ନାତକ ଛାତ୍ର ଛାତ୍ରୀଙ୍କ ପାଇଁ ନୁହେଁ, ବରଂ ଫ୍ୟାସନ ଏବଂ ଡିଜାଇନ୍ପ ରିମଣ୍ଡଳକୁ ଆକାର ଦେଉଥିବା ଏହି ପ୍ରତିଷ୍ଠିତ ନିଫ୍ଟ ପାଇଁ ମାଇଲଖୁଣ୍ଟ ବୋଲି କହିଥିଲେ। ନିଫ୍ଟର ଜାତୀୟ ଏବଂ ଆନ୍ତର୍ଜାତୀୟ ମାନ୍ୟତା ଉପରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ ଡିଜାଇନ୍ନ ବସୃଜନକୁ ପ୍ରୋତ୍ସାହିତ କରିବା, ପାରମ୍ପରିକ ହସ୍ତଶିଳ୍ପର ସଂରକ୍ଷଣ ଏବଂ ଆଧୁନିକ କୌଶଳ ସହିତ
ସେଗୁଡିକୁ ସମନ୍ଵିତ କରିବାରେ ନିଫ୍ଟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ନିଫ୍ଟ ନିରନ୍ତର ଭାବେ ବିଶ୍ୱସ୍ତରରେ ଶ୍ରେଷ୍ଠ ୧୦ ଫ୍ୟାସନ ସ୍କୁଲ ମଧ୍ୟରେ ସ୍ଥାନ ପାଇବା ଜାଣି ଖୁସି ବ୍ୟକ୍ତ କରିଥିଲେ।
ସେମାନଙ୍କର ସୃଜନଶୀଳତା, ବୈଷୟିକ ସୂକ୍ଷ୍ମତା ଏବଂ ଭାବର ଗଭୀରତା ପାଇଁ ପ୍ରଦର୍ଶିତ ସଂଗ୍ରହଗୁଡିକୁ ରାଜ୍ୟପାଳ ପ୍ରଶଂସା କରି ଏହା ସେମାନଙ୍କର କଠିନ ପରିଶ୍ରମ, ଦୃଷ୍ଟିକୋଣ ଏବଂ ଡିଜାଇନ୍ ମାଧ୍ୟମରେ ପରିବର୍ତ୍ତନକୁ ପ୍ରେରଣା ଦେବାର କ୍ଷମତାକୁ ପ୍ରତିଫଳିତ କରୁଛି ବୋଲି କହିଥିଲେ।
ରାଜ୍ୟପାଳ ଅଧ୍ୟାପକ ମାନଙ୍କର ଭୂମିକାକୁ ମଧ୍ୟ ପ୍ରଶଂସା କରିଥିଲେ ଏବଂ ପିତାମାତାଙ୍କର ସହଯୋଗ ଓ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ପଦ୍ମ ବିଭୂଷଣ ସୁଦର୍ଶନ ସାହୁ ମଧ୍ୟ ବକ୍ତବ୍ୟ ପ୍ରଦାନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ନିଫ୍ଟ ନିର୍ଦ୍ଦେଶକ ରାଜେଶ କୁମାର ଝା ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

Comments are closed, but trackbacks and pingbacks are open.