ନାସ୍‌ନାଲ୍ କନ୍‌ଫରେନ୍ସ ଅଧ୍ୟକ୍ଷ ପଦରୁ ଫାରୁକ୍ ଅବ୍‌ଦୁଲ୍ଲାଙ୍କ ଇସ୍ତଫା

23

ଶ୍ରୀନଗର: ଜମ୍ମ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଡା. ଫାରୁକ୍ ଅବ୍‌ଦୁଲ୍ଲା ନିଜ ପାର୍ଟି ନାସ୍‌ନାଲ୍ କନ୍‌ଫରେନ୍ସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ଦୁଇ ସପ୍ତାହ ମଧ୍ୟରେ ପାର୍ଟି ନୂଆ ଅଧ୍ୟକ୍ଷଙ୍କ ନିର୍ବାଚନ କରିବ ବୋଲି ନିର୍ଣ୍ଣୟ ନେଇଛି । ପାର୍ଟିର ସଂସ୍ଥାପକ ତଥା ଫାରୁକ୍ ଅବ୍‌ଦୁଲ୍ଲାଙ୍କ ପିତା ଶେଖ୍ ମହମ୍ମଦ ଅବ୍‌ଦୁଲ୍ଲାଙ୍କ ୧୧୭ତମ ଜୟନ୍ତୀ ଡିସେମ୍ବର ୫ ତାରିଖରେ ପାର୍ଟିର ନୂଆ ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ସର୍ବସମ୍ମତିକ୍ରମେ ଉମର୍ ଅବ୍‌ଦୁଲ୍ଲାଙ୍କୁ ଅଧ୍ୟକ୍ଷ କରାଯିବ ବୋଲି ପାର୍ଟି ସୂତ୍ରରୁ ଜଣାଯାଇଛି ।

Comments are closed, but trackbacks and pingbacks are open.