କଳା ରଙ୍ଗର ଟମାଟୋ ଚାଷ

58

କଳା ରଙ୍ଗ ର ଟମାଟୋ ବିଶ୍ୱାସ ନ ହେଲେ ବି ସତ I ଆମେ ସାଧାରଣତଃ ନାଲି ରଙ୍ଗ ର ଟମାଟୋ ବିଷୟରେ ଜାଣିଚୁ I କିନ୍ତୁ ନିଜ ବଗିଚାରେ କଳା ରଙ୍ଗ ର ଟମାଟୋ ଫଳିଛନ୍ତି ଜଣେ ଗୃହିଣୀ I ଅନୁଗୁଳ ଜିଲ୍ଲାର ନାଲକୋ ନଗର ବି ୨୩୨୮ କ୍ୱାର୍ଟରରେ ରହୁଥିବା ଅରୁଣ ପଟ୍ଟନାୟକ ଏବଂ ତାଙ୍କ ସ୍ତ୍ରୀ ମୋନାଲିସା ପଟ୍ଟନାୟକ କ୍ୱାଟରରେ ଏକ ସୁନ୍ଦର ବଗିଚା କରିଛନ୍ତି । ତାଙ୍କ ବଗିଚାରେ ସେ ଫଳଇଛନ୍ତି ଏହି କଳା ଟମାଟୋ I ଏହି ଟମାଟୋ ଉପରୁ କଳା ଦେଖା ଯାଏ । ହେଲେ ଭିତରୁ ସାଧାରଣ ଟମାଟୋ ଭଳି ହିଁ ଦିଶେ ଏହି କଳା ରଙ୍ଗର ଟମାଟୋ । କେବଳ ସେତିକି ନୁହଁ ସ୍ୱାଦରେ ବି ସାଧାରଣ ଟମାଟୋ ଭଳି ବୋଲି ମୋନାଲିସା ପଟ୍ଟନାୟକ କହିଛନ୍ତି ।
ତେବେ ସେ ୨୦୦୦ ମସିହାରୁ ନିଜ ଘରେ ହିଁ ବଗିଚା କରିଥିବା ବେଳେ ଏଥିରେ ତାଙ୍କ ସ୍ୱାମୀ ମଧ୍ୟ ତାଙ୍କୁ ଖୁବ ସାହାଯ୍ୟ କରନ୍ତି ବୋଲି ସେ କହିଛନ୍ତି । ତେବେ ଗତ ତିନିରୁ ଚାରିବର୍ଷ ଧରି ନାଲି, ହଳଦିଆ ଏବଂ କମଳା ରଙ୍ଗର ଟମାଟୋ ଗଛ ଲଗାଇଥିବା ବେଳେ ଏବର୍ଷ ପ୍ରଥମଥର ନିଜ ବଗିଚାରେ ସେ କଳା ଟମାଟୋ ଗଛ ଲଗାଇଛନ୍ତି । ଏହି କଳା ରଙ୍ଗର ଟମାଟୋ ପାଇଁ ସେ କିଛି ଚାରା କୋଲକାତାରୁ ମଗାଇ ଥିଲେ । ଯେଉଁଥିରେ ଏବେ ଅଜସ୍ର କଳା ଟମାଟୋ ଫଳୁଛି । ଏବଂ ଏମିତି ବିରଲ ଟମାଟୋ ଦେଖିବାକୁ ମଧ୍ୟ ଏବେ ଅନେକ ଲୋକ ଆସୁଛନ୍ତି ଆଉ ଖୁବ ଖୁସି ହେଉଥିବା କହିଛନ୍ତି ମୋନାଲିସା ।

Comments are closed, but trackbacks and pingbacks are open.