ବିଜେପି-ବିଜେଡି ଫୋକସରେ ଚାଷୀ

15

ବିଜେପି-ବିଜେଡି ଫୋକସରେ ଚାଷୀ । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିନା ସୁଧରେ ଚାଷୀଙ୍କୁ ଋଣ ପ୍ରଦାନ କରିଥିବା ବେଳେ ପ୍ରଧାନମନ୍ତର୍‌ୀ ନରେନ୍ଦ୍ର ମୋଦି ମଧ୍ୟ ଚାଷିଙ୍କୁ ଦୁଇ ଗୁଣା ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଚାଷୀଙ୍କୁ ସୁଧ ରିହାତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମବାୟ ବ୍ୟାଙ୍କ ଓ ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ଚାଷୀମାନଙ୍କୁ ଏହି ସୁଧ ରିହାତି ପ୍ରଦାନ କରାଯିବ । ୪୪୧ କୋଟି ୮୨ ଲକ୍ଷ ଏହି ପର୍ଯ୍ୟାୟରେ ଋଣ ରିହାତି ଦିଆଯିବ ।

ରାଜ୍ୟ ସରକାରଙ୍କ ପକ୍ଷରୁ କୃଷକମାନଙ୍କୁ ବିନା ସୁଧରେ ୧ ଲକ୍ଷ ପର୍ଯ୍ୟନ୍ତ ଓ ୧ରୁ ୩ ଲକ୍ଷ ପର୍ଯ୍ୟନ୍ତ ଋଣ ମାତ୍ର ୨ ପ୍ରତିଶତ ସୁଧରେ ଯୋଗାଇ ଦିଆଯାଉଛି । ଏହାଦ୍ୱାରା ୩୫ ଲକ୍ଷ ଚାଷୀ ଉପକୃତ ହେବେ । ଚାଷୀମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ମଧ୍ୟ ୪୧୫ କୋଟି ୧୭ ଲକ୍ଷ ଟଙ୍କା ସୁଧ ରିହାତି ପ୍ରଦାନ କରାଯାଇଥିଲା । ଦୁଇଟି ପର୍ଯ୍ୟାୟକୁ ମିଶାଇ ସରକାର ୮୫୬ କୋଟି ୯୯ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ରାଜ୍ୟରେ ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ଏହିପରି ଏକ ଯୋଜନା କରିଛନ୍ତି । ସେପଟେ ପିଏମ୍ କିଷାନ ଯୋଜନାରେ ଚାଷି ଭାଇମାନଙ୍କୁ ମିଳିବ ଦୁଇ ଗୁଣା ଟଙ୍କା । ପ୍ରଥମରୁ କେନ୍ଦ୍ର ସରକାର ଚାଷୀଙ୍କ ଖାତାକୁ ୨ହଜାର ଟଙ୍କା ଲେଖାଏ ଟ୍ରାନ୍ସଫର କରୁଥିଲେ । କିନ୍ତୁ ବର୍ତ୍ତମାନ ଚାଷୀଙ୍କୁ ମିଳିବ ୪ହଜାର ଟଙ୍କା ।

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅନୁସାରେ, ସରକାର ଚାଷିଙ୍କୁ ବର୍ଷକୁ ୬୦୦୦ ଟଙ୍କା ଆର୍ôଥକ ସହାୟତା ଦେଉଛନ୍ତି । ଚାଷିଙ୍କ ରୋଜଗାର ଦୁଇଗୁଣା କରିବା ପାଇଁ ସରକାରଙ୍କ ପକ୍ଷରୁ ଏହି ଟଙ୍କା ପ୍ରଦାନ କରାଯାଇଥାଏ । ତେବେ ବର୍ତ୍ତମାନ ସୁଦ୍ଧା ଚାଷିଙ୍କୁ ୧୩ଟି କିସ୍ତିରେ ଟଙ୍କା ପ୍ରଦାନ କରାଯାଇସାରିଛି । ଏବେ ଚାଷି ଆଉ ଏକ କିସ୍ତି ପାଇବା ପାଇଁ ଅପେକ୍ଷାରେ ଅଛନ୍ତି । ୧୪ନମ୍ବର କିସ୍ତିରେ ଚାଷିଙ୍କ ଖାତାକୁ ୪ହଜାର ଟଙ୍କା ଲେଖାଏଁ ପଠାଯିବାର ଯୋଜନା ରଖିଛନ୍ତି କେନ୍ଦ୍ର ସରକାର । ତେବେ ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଥିବାରୁ ଉଭୟ ସରକାର ଚାଷୀଙ୍କୁ ଫୋକସରେ ରଖୁଥିବା ଚର୍ଚ୍ଚା ହେଉଛ

Comments are closed, but trackbacks and pingbacks are open.