‘କୃଷକ ହତ୍ୟାକାରୀ ହାଏ -ହାଏ ‘ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବିରାଟ ପଦଯାତ୍ରା

9

ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଚାଷୀ ମୃତ୍ୟୁ କୁ ନେଇ ଲଢେଇ କୁ ଜୋରଦାର କଲେଣି ବିରୋଧୀ ଇ ଏ ସଂକ୍ରାନ୍ତରେ ଆଜି ବିରୋଧୀ ସାଂସଦମାନେ ଆଜି ମିଳିତ ଭାବରେ ସଂସଦ ରୁ ବାହାରି ବିଜୟ ଚୌକ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ I କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏହି ପଦଯାତ୍ରା କରାଯାଇଥିଲା।ସୂଚନା ଅନୁସାରେ ଅକ୍ଟୋବର ୩ ରେ,ଲକ୍ଷ୍ମୀପୁରର ଟିକୁନିଆରେ ହୋଇଥିବା ହିଂସାରେ ୮ ଜଣଙ୍କର ମୃତ୍ୟୁ ଘଟିଥିଲା। ଅଭିଯୋଗ ହୋଇଛି ଯେ ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ର ତାଙ୍କ ଜିପ୍ ଚଢାଇ ଆନ୍ଦାଳନ କାରୀ ୪ ଜଣ କୃଷକ ଙ୍କୁ ହତ୍ୟା କରିଥିଲେ । ଏହା ପରେ ହତ୍ୟା ପରବର୍ତ୍ତୀ ହିଂସାରେ ଆଶିଷଙ୍କ ଡ୍ରାଇଭର, ଓ ଘଟଣାସ୍ଥଳରୁ ଖବର ସଂଗ୍ରହ କରୁଥିବା ଜଣ ସାମ୍ବାଦିକ ଙ୍କ ସମେତ ଅନ୍ୟ ୪ ଜଣ ଙ୍କ ମୃତ୍ୟୁ ଘଟିଥିଲା I ଏହି ଘଟଣାର ମୁଖ୍ୟ ଆରୋପି ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଜେଲରେ ରହିଥିବାବେଳେ ଏହି ପ୍ରସଙ୍ଗରେ ବିରୋଧୀ ଦଳ ସଂସଦରେ ଅଜୟ ମିଶ୍ର ଟେନିଙ୍କ ଇସ୍ତଫା ଦାବି କରି ଆସୁଛନ୍ତି I

Leave A Reply

Your email address will not be published.