ଅଲଗା ହେବେ ଫରଦୀନ ଓ ନତାଶା

1,305

ମୁମ୍ବାଇ: ବଲିଉଡରେ ଛାଡପତ୍ର ଏକ ସାଧାରଣ ଘଟଣାରେ ପରିଣତ ହୋଇଗଲାଣି । ତାଜା ରିପୋର୍ଟ ଅନୁସାରେ ୧୮ ବର୍ଷ ପରେ ଫରଦୀନ ଖାଁ ଓ ନତାଶା ମାଧବନୀ ପରସ୍ପରଠାରୁ ଅଲଗା ହେବାକୁ ଯାଉଛନ୍ତି । ତେବେ ଛାଡପତ୍ର ନେବା ସମ୍ପର୍କରେ ସେମାନେ ବିଧିବଦ୍ଧ ଭାବେ କୌଣସି ଘୋଷଣା କରି ନାହାନ୍ତି । ମିଡିଆ ରିପୋର୍ଟ ଅନୁସାରେ ଉଭୟ ଦୀର୍ଘ ଦିନ ହେବ ପରସ୍ପରଠାରୁ ଅଲଗା ରହୁଛନ୍ତି । ଫରଦୀନ ତାଙ୍କ ମାଆଙ୍କ ସହ ମୁମ୍ବାଇରେ ଓ ନତାଶା ଲଣ୍ଡନରେ ରହୁଛନ୍ତି । ୨୦୦୫ରେ ଫରଦୀନ ଓ ନତାଶାଙ୍କ ବିବାହ ବେଶ ଧୂମଧାମରେ ହୋଇଥିଲା । ୮ ବର୍ଷ ପରେ ୨୦୧୩ରେ ସେମାନଙ୍କ ପ୍ରଥମ ସନ୍ତାନ ହୋଇଥିଲା । ୨୦୧୭ରେ ନାତାଶ ଦ୍ୱିତୀୟ ଥର ପାଇଁ ମାଆ ହୋଇଥିଲେ ।

ଫିରୋଜ ଖାଁଙ୍କ ପୁତ୍ର ଫରଦୀନ ହୋଇଥିବା ବେଳେ ସେ ସମୟର ଅଭିନେତ୍ରୀ ମୁମତାଜଙ୍କ ଝିଅ ହେଉଛନ୍ତି ନତାଶା । ଫରଦୀନ ଦୀର୍ଘ ଦିନ ଧରି ବଲିଉଡଠାରୁ ଦୂରେଇ ରହିଛନ୍ତି । ଏବେ ସେ ରିତେଶ ଦେଶମୁଖଙ୍କ ସହ ଏକ ଫିଲ୍ମରେ ଅଭିନୟ କରୁଛନ୍ତି । କୁକି ଗୁଲାଟୀ ଏହାର ନିର୍ଦ୍ଦେଶନା ଦେଉଛନ୍ତି । ଏହା ବ୍ୟତୀତ ୨୦୦୫ ହିଟ ଫିଲ୍ମ ନୋ ଏଂଟ୍ରିର ସିକ୍ୱେଲରେ ମଧ୍ୟ ସେ ଅଭିନୟ କରିବାକୁ ଯାଉଛନ୍ତି ।

Comments are closed, but trackbacks and pingbacks are open.