ପ୍ରଖ୍ୟାତ କଣ୍ଠଶିଳ୍ପୀ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର: ୮୩ ବର୍ଷ ବୟସରେ ଆଖି ବୁଜିଲେ

40

ପ୍ରଖ୍ୟାତ ଗାୟକ ତଥା ସୁନାମଧନ୍ୟ ସଙ୍ଗୀତ ନିର୍ଦେଶକ ପ୍ରଫୁଲ୍ଲ କରଙ୍କର ୮୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଭୁବନେଶ୍ବର ସତ୍ୟନଗର ସ୍ଥିତ ତାଙ୍କ ବାସଭବନରେ ରବିବାର ରାତିରେ ପ୍ରଫୁଲ୍ଲ କରଙ୍କ ପରଲୋକ ଘଟିଛି। ଜଣେ ସୁନାମଧନ୍ୟ ଗାୟକ ଓ ସଙ୍ଗୀତ ନିର୍ଦେଶକ ଭାବେ ସେ ବେଶ ପରିଚିତ ଥଲେ । ସଙ୍ଗୀତ ଜଗତଙ୍କୁ ବିଶେଷ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଅନେକ ଚଳଚ୍ଚିତ୍ରରେ ନିଜେ ଗୀତ ଗାଇବା ସହ ସଙ୍ଗୀତ ନିର୍ଦେଶନା ଦେଇ ସେ ଓଡ଼ିଶାର ଘରେ ଘରେ ପରିଚିତ ଥିଲେ। ପ୍ରଫୁଲ୍ଲ କରଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।

ସେ ପୁରୀରେ ୧୯୩୯ ମସିହା ଫେବୃଆରୀ ୧୬ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ।୭୦ଟି ଓଡିଆ ୪ଟି ବେଙ୍ଗଲୀ ଫିଲ୍ମ ପାଇଁ କରିଥିଲେ କଣ୍ଠଦାନ । ବିଭିନ୍ନ ସମ୍ମାନରେ ମଧ୍ୟ ସମ୍ମାନ୍ଥଚ୍ଛ ହୋଇଛନ୍ତି ପ୍ରଫୁଲ୍ଲ କର ।

Comments are closed, but trackbacks and pingbacks are open.