ପ୍ରସିଦ୍ଧ ସଂଗୀତ ନିର୍ଦେଶକ ବାପି ଲାହିରିଙ୍କ ଦେହାନ୍ତ

21

ସଂଗୀତ ଜଗତ କୁ ପୁଣି ଏକ ଶକ୍ତ ଧକ୍କା Iବଲିଉଡକୁ ଡିସ୍କୋ ମ୍ୟୁଜିକ୍ ଦେଇଥିବା ପ୍ରସିଦ୍ଧ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରୀଙ୍କର ମୁମ୍ବାଇର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଛି। ସୂଚନାନୁସାରେ, ବାପି ଲାହିରି ଗତକାଲି ରାତିରେ ଘରେ ଥିଲେ ଏବଂ ଅସୁସ୍ଥ ଥିଲେ, ପରେ ତାଙ୍କୁ ଜୁହୁର ଏକ ଡାକ୍ତରଖାନାକୁ ନିଆଯାଇଥିଲା ସେଠାରେ ଆଜି ସକାଳ ୭.୪୦ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି I ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା I

୨୭ ନଭେମ୍ବର ୧୯୫୨ରେ କୋଲକାତାରେ ଜନ୍ମ ହୋଇଥିବା ବାପି ଲାହିରି ତାଙ୍କର ଭିନ୍ନ ଶୈଳୀ ହେତୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ତଥା ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଫିଲ୍ମ ଇଣ୍ଡଷ୍ଟ୍ରି ରେ ‘ବାପି ଦା’ ନାମରେ ସେ ପରିଚିତ ଥିଲେ I୧୯୭୦ ରୁ ୮୦ ଦଶକର ଆରମ୍ଭରେ ‘ଚଲତେ ଚଲତେ’ ‘ଡିସ୍କୋ ଡାନ୍ସର୍’ ଏବଂ ‘ଶରାବି’ ଭଳି ଅନେକ ଚଳଚ୍ଚିତ୍ରରେ ସଂଗୀତ ନିର୍ଦେଶନା ଦେଇ ଲୋକପ୍ରିୟ ହୋଇ ପାରିଥିଲେ I ୨୦୨୦ ରେ ‘ବ୍ୟାଙ୍କକସ୍’ ପାଇଁ ତାଙ୍କର ଶେଷ ବଲିଉଡ ଗୀତ ଚଳଚ୍ଚିତ୍ର ‘ବାଗୀ ୩ ‘ ପାଇଁ ଥିଲା I

Comments are closed, but trackbacks and pingbacks are open.