ପାରିବାରିକ କଳହର କରୁଣ ପରିଣତି : ବଡ ପୁଅ ଆକ୍ରମଣରେ ମା’ ମୃତ, ୩ ଗୁରୁତର

19

ପୁରୀ ବାଲିଘାଟ ସୁଭଦ୍ରା ନଗରରେ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା I ପାରିବାରିକ କଳହ କାରଣ ରୁ ହାତରେ କଟୁରି ନେଇ ପରିବାର ସାରା ସମସ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ପୁଅ I ଏଥିରେ ମାଙ୍କର ମୃତ୍ୟୁ ହେବା ସହିତ ବପା ,ସାନ ଭାଇ ଓ ସ୍ତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି I
ପୁଲିସ ଘଟଣା ସଂପର୍କରେ ସୂଚନା ପାଇଁ ତଦନ୍ତ ଆରମ୍ଭ କରିଛି। ଅତିରିକ୍ତ ଏସ୍ପି ଓ ଅନ୍ୟାନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି। ମେରାଇନ୍‌ ଥାନା ପୁଲିସ ଅଭିଯୁକ୍ତକୁ ଅଟକ ରଖି ଛାନ୍‌ଭିନ୍‌ ଜାରି ରଖିଛି। ସେପଟେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ହସ୍ପିଟାଲ ପହଞ୍ଚି ଗୁରୁତର ଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି I

Comments are closed, but trackbacks and pingbacks are open.