ଭଣ୍ଡ ବାବା ଙ୍କ କଳା କାରନାମା

26

ଓଟିଡିସି ନାଁରେ ୩ କୋଟି ଟଙ୍କା ଚଳୁ ଅଭିଯୋଗ ମାମଲା ରେ ଗିରଫ ହୋଇଛନ୍ତି ଭଣ୍ଡବାବା ବିଜୟାନନ୍ଦ I ବ୍ରହ୍ମପୁରର ଜଣେ ଠିକାଦରଙ୍କୁ ଠକିଛନ୍ତି ୭୫ ଲକ୍ଷ । ତଥାକଥିତ ବାବା ବିଜୟାନନ୍ଦ ଏବେ ଝାରପଡା ଜେଲରେ । ଓଟିଡିସିର କାର୍ଯ୍ୟାଦେଶ ଦେବାଲାଗି ଜଣେ ଠିକାଦରଙ୍କୁ ନକଲି ୱାର୍କ ଅର୍ଡର ଦେଇ ଠକିଥିଲେ ଏକ କୋଟି ୬ ଲକ୍ଷ । ଠକେଇ ଟଙ୍କାରେ ଏକ ଫିଲ୍ମ ନିର୍ମାଣ କରୁଥିବା ସୂଚନା । ଗିରଫ ଭଣ୍ଡବାବାର ବେଆଇନ ଅର୍ଥ କାରବାରର ଖୋଳତାଡ କରୁଛି ଇଓଡବ୍ଲୁ । ସେପଟେ କ୍ରାଇମବ୍ରାଞ୍ଚ ବାବାଙ୍କର ଦୁଇଟି ଆକାଉଣ୍ଟକୁ ଫ୍ରିଜ କରିଦେଇଥିବା ଜଣାପଡିଛି ।
ରମ୍ଭାରେ ଓଟିଡିସିର ଏକ କାମ ଯୋଗାଇଦେବା ନାଁରେ ଜଣେ ସ୍ପେଶାଲ କ୍ଲାସ ଠିକାଦାରଙ୍କୁ ବାବା ଲଗାଇଛନ୍ତି ୭୫ ଲକ୍ଷର ଚୁନ । ସବୁ ଟଙ୍କା ଠିକାଦାର ଜଣକ ବ୍ୟାଙ୍କ ଜରିଆରେ ବାବାଙ୍କ ଆକାଉଣ୍ଟକୁ ପଠାଇଛନ୍ତି । ତେବେ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ପକ୍ଷରୁ ତଦନ୍ତ ବେଳେ ବାବାଙ୍କ ଦୁଇଟି ଆକାଉଣ୍ଟରେ ଥିବା ୨ ଲକ୍ଷ ଟଙ୍କାକୁ ଫ୍ରିଜ କରାଯାଇଛି । କେବଳ ବାବା ନୁହନ୍ତି ତାଙ୍କର ସହଯୋଗୀ ଓଟିଡିସିର ଠିକା ଇଞ୍ଜିନିୟର ଚନ୍ଦନ ଆକାଶ ମହାନ୍ତିଙ୍କୁ ମଧ୍ୟ ଗିରଫ କରି ଜେଲ୍ ପଠାଇଛି ଇଓଡବ୍ଲୁ । ଏବେ ବାବା ବିଜୟାନନ୍ଦଙ୍କ ସହିତ ରହିଥିବା ଦୁଇ ସହଯୋଗୀଙ୍କୁ ଖୋଜୁଛି ଇଓଡବ୍ଲୁ ।
ବାବାଙ୍କ ବିରୋଧରେ ଭୁବନେଶ୍ବର ଓଟିଡିସି ଠିକାଦାରମାନଙ୍କ ପକ୍ଷରୁ ତିନି କୋଟିର ଠକେଇ ଅଭିଯୋଗ ହୋଇଥିଲା । ତେବେ ଏତେ ଟଙ୍କା ବାବା ବିଜୟାନନ୍ଦ କଲେ କଣ । ବାବାଙ୍କର କେଉଁ କେଉଁ ଆକାଉଣ୍ଟରେ ଏହି ଟଙ୍କା ଗଚ୍ଛିତ ହୋଇ ରହିଛି । ଯାହାର ଛାନଭିନ ଚଳାଇଛି କ୍ରାଇମବ୍ରାଞ୍ଚର ଇଓଡବ୍ଲୁ ।

Leave A Reply

Your email address will not be published.