ଖସୁଛି ସଂକ୍ରମଣ : ଆଜି ରାଜ୍ୟରୁ ୪ ୮୪୨ସଂକ୍ରମିତ ଚିହ୍ନଟ,୧୫ ମୃତ

14

ରାଜ୍ୟରେ ଧୀରେ ଧୀରେ କମୁଛି ଦୈନିକ ସଂକ୍ରମଣ । ଗତ କାଲିଠାରୁ ଆଜି ରାଜ୍ୟରେ ୧ହଜାର କମି ୫ ହଜାର ତଳକୁ ରହିଛି ସଂକ୍ରମିତଙ୍କ ସଂଖ୍ୟା I ଗତ ୨୪ ଘଣ୍ଟାରେ ୪ ହଜାର ୮୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।ମୃତକ ମାନେ ଖୋର୍ଦ୍ଧା, ଗଞ୍ଜାମ ଜିଲ୍ଲାରୁ ୩ ଜଣ ଲେଖାଏଁ ରହିଥିବା ବେଳେ ଅନୁଗୁଳ, ବରଗଡ଼, କଟକ, କେନ୍ଦ୍ରାପଡ଼ା, ମୟୁରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ , ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଆଜିର ମୃତକ ଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ସେହିପରି ସଂକ୍ରାମିତଙ୍କ ମଧ୍ୟରେ ପତିଥର ଭଳି ଖୋର୍ଦ୍ଧାରୁ ସର୍ବାଧିକ ୧ହଜାର ୨୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ଜିଲ୍ଲାରୁ ୧୦୪ଜଣ, ବାଲେଶ୍ୱର ଜିଲ୍ଲାରୁ ୧୬୯ଜଣ, ବରଗଡ଼ ଜିଲ୍ଲାରୁ ୭୨ଜଣ, ଭଦ୍ରକ ଜିଲ୍ଲାରୁ ୧୦୬ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୪୦ଜଣ, ବୌଦ୍ଧ ଜିଲ୍ଲାରୁ ୨୮ଜଣ, କଟକ ଜିଲ୍ଲାରୁ ୪୪୩ଜଣ, ଦେଓଗଡ଼ ଜିଲ୍ଲାରୁ ୮୫ଜଣ, ଢେଙ୍କାନାଳ ଜିଲ୍ଲାରୁ ୮୪ଜଣ, ଗଜପତି ଜିଲ୍ଲାରୁ ୬୫ଜଣ, ଗଞ୍ଜାମ ଜିଲ୍ଲାରୁ ୫୮ଜଣ, ଜଗତସିଂହପୁର ଜିଲ୍ଲାରୁ ୯୬ଜଣ, ଯାଜପୁର ଜିଲ୍ଲାରୁ ୧୩୪ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୭୦ଜଣ, କଳାହାଣ୍ଡି ଜିଲ୍ଲାରୁ ୧୫୫ଜଣ, କନ୍ଧମାଳ ଜିଲ୍ଲାରୁ ୮୦ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୬୦ଜଣ, କେନ୍ଦୁଝର ଜିଲ୍ଲାରୁ ୬୯ଜଣ, କୋରାପୁଟ ଜିଲ୍ଲାରୁ ୮୧ଜଣ, ମାଲକାନଗିରି ଜିଲ୍ଲାରୁ ୪୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୭୯ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୨୪ଜଣ, ନୟାଗଡ଼ ଜିଲ୍ଲାରୁ ୨୧୦ଜଣ, ନୂଆପଡ଼ା ଜିଲ୍ଲାରୁ ୧୪୨ଜଣ, ପୁରୀ ଜିଲ୍ଲାରୁ ୭୬ଜଣ, ରାୟଗଡ଼ା ଜିଲ୍ଲାରୁ ୧୦୧ଜଣ, ସମ୍ବଲପୁର ଜିଲ୍ଲାରୁ ୧୪୯ଜଣ, ସୋନପୁର ଜିଲ୍ଲାରୁ ୪୨ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୫୯ଜଣ, ଷ୍ଟେଟ ପୁଲ୍‌ରୁ ୨୬୫ଜଣ ରହିଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୪୧୦୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୮୫୩୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୧୭୩୯୦୭ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୭୫୦୭୬୩୦ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Leave A Reply

Your email address will not be published.