ଖସୁଛି ଦୈନିକ ସଂକ୍ରମଣ :ରାଜ୍ୟରେ ୩,୩୨୯ ଜଣ ସଂକ୍ରମିତ ଚିହ୍ନଟ,୧୮ ମୃତ

14

ରାଜ୍ୟରେ ଦ୍ରୁତ ଗତିରେ ହ୍ରାସ ପାଉଛି ଦୈନିକ କରୋନା ସଂକ୍ରମଣ I ଗତକାଲି ଠାରୁ ଆଜି ପାଖାପାଖି ୧ ହଜାର ତଳକୁ ଖସିଛି ସଂକ୍ରମଣ I ସେହିଅନୁସାରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୩୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୫୦୪ ଜଣ ଅଛନ୍ତି। ସେହିପରି ୧୯୩୪ ଜଣ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ବାକି ୧୩୯୫ଟି ହେଉଛି ଲୋକାଲ୍ କେସ୍‌।ଅନୁଗୋଳରୁ ୮୫, ବାଲେଶ୍ୱରରୁ ୧୪୧, ବରଗଡ଼ରୁ ୪୬, ଭଦ୍ରକରୁ ୫୭, ବଲାଙ୍ଗିରରୁ ୬୭, ବୌଦ୍ଧରୁ ୪୯, କଟକରୁ ୨୯୩, ଦେବଗଡ଼ରୁ ୬୭, ଢେଙ୍କାନାଳରୁ ୬୧, ଗଜପତିରୁ ୬୪, ଗଞ୍ଜାମରୁ ୪୪, ଜଗତସିଂହପୁରରୁ ୭୦, ଯାଜପୁରରୁ ୯୯, ଝାରସୁଗୁଡ଼ାରୁ ୭୪, କଳାହାଣ୍ଡିରୁ ୧୦୭, କନ୍ଧମାଳରୁ ୪୩, କେନ୍ଦ୍ରାପଡ଼ାରୁ ୭୩, କେନ୍ଦୁଝରରୁ ୨୧, କୋରାପୁଟରୁ ୫୯, ମାଲକାନଗିରିରୁ ୩୪, ମୟୂରଭଞ୍ଜରୁ ୧୪୫, ନବରଙ୍ଗପୁରରୁ ୯୦, ନୟାଗଡ଼ରୁ ୧୨୦, ନୂଆପଡ଼ାରୁ ୧୨୯, ପୁରୀରୁ ୫୬, ରାୟଗଡ଼ାରୁ ୬୬, ସମ୍ବଲପୁରରୁ ୧୧୫, ସୋନପୁରରୁ ୩୫, ସୁନ୍ଦରଗଡ଼ରୁ ୨୩୭ ଓ ଷ୍ଟେଟ୍‌ ପୁଲ୍‌ରୁ ୧୩୬ ଜଣ ଚିହ୍ନଟ ହୋଇଛନ୍ତି। ପ୍ରତିଥର ଭଳି ଏଥର ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସେହିପରି ରାଜ୍ୟରେ ଆଉ ୧୮ ଜଣଙ୍କ କୋଭିଡ୍ ଜନିତ ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟାରେ ଏହି ସଂଖ୍ୟା ଆସିଛି । ଅଡିଟ୍ ପ୍ରୋସେସ୍ ରେ ଆଉ ୧୮ ଜଣଙ୍କ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ କୋଭିଡ୍ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଓ ଯାଜପୁରରୁ ୩ ଜଣ ଲେଖାଏଁ ଓ ଜଗତସିଂହପୁରରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଭଦ୍ରକ, କଟକ, ଢ଼େଙ୍କାନାଳ, କେନ୍ଦୁଝର, ନୟାଗଡ଼ ଓ ପୁରୀରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ରାଜ୍ୟରେ ବର୍ତ୍ତମାନ କରୋନାଜନିତ ମୃତ୍ୟୁ ସଂଖ୍ୟା ୮,୬୧୨କୁ ବୃଦ୍ଧି ପାଇଛି । ଅନ୍ୟପଟେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪୯ ହଜାର ୨୪୦ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧ ଲକ୍ଷ ୯୩ ହଜାର ୩୬୫ ଜଣ ସୁସ୍ଥ ହୋଇସାରିଛନ୍ତି।

Leave A Reply

Your email address will not be published.