ନକଲି ଡାକ୍ତର ଙ୍କ କାରନାମା : ଅଣ୍ଟା ବିନ୍ଧା ରୋଗୀ ଙ୍କୁ ଦେଲେ ପଶୁ ଇଞ୍ଜେକ୍ସନ

44

ନକଲି ଡାକ୍ତର ଙ୍କ ଅଦ୍ଭୁତ କାରନାମା I ମଣିଷ କୁ ଦେଲେ ପଶୁ ଇଞ୍ଜେକ୍ସନ I ଅବିଶ୍ୱାସ ମନେ ହେଉଥିଲେ ବି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକର ମହୁଲଡିହା ଗାଁରେ I ନିଜର କୌଣସି ଡାକ୍ତରୀ ପାଠ ନ ଥାଇ ଅନେକ ଦିନ ରୁ କେବଳ ପ୍ରାକ୍ଟିସ କରି ଆସୁଥିବା ଜଣେ ଠକ ଡାକ୍ତର ଏଇଭଳି କାଣ୍ଡ କରିଛନ୍ତି I
ଘଟନାନୁସାରେ ବିଶ୍ୱନାଥ ବେହେରା ଜଣେ କ୍ୱାକ୍‌(ନକଲି ଡାକ୍ତର)। ଶନିବାର ସେ ଠାକୁରମୁଣ୍ଡା ବ୍ଲକ୍‌ ମହୁଲଡିହା ଗାଁକୁ ଆସିଥିଲେ। ସେ ନିଜକୁ ଠାକୁରମୁଣ୍ଡା ମେଡିକାଲ୍‌ର ଡାକ୍ତର ବୋଲି ପରିଚୟ ଦେଇଥିଲେ। ଶ୍ରୀକାନ୍ତ ମହାନ୍ତଙ୍କ ଅଣ୍ଟା ପେନ୍‌ କରୁଥିବାରୁ ତାଙ୍କ ପାଖକୁ ଯାଇଥିଲେ। ଶ୍ରୀ ମହାନ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଇଞ୍ଜେକ୍‌ସନ୍‌ ଦେଇଥିଲେ। ଗୋଟେ କି ଦୁଇଟି ନୁହେଁ, ଏକାଥରେ ତିନିଟି ଇଞ୍ଜେକସନ୍‌ ଦେଇଥିବା ଅଭିଯୋଗ ହୋଇଥିଲା। କିଛି ସମୟ ପରେ ଶ୍ରୀକାନ୍ତ ଙ୍କ ପୁଅ ଡାକ୍ତର ଙ୍କୁ ପଇସା ଦେବାକୁ ଆସି ଇଞ୍ଜେକ୍ସନ ଖୋଳ କୁ ଦେଖିଥିଲେ I ଇଞ୍ଜେକସନ ଖୋଳରେ ମେଲୋକ୍ସିକାମ ଓ ଏହା କେବଳ ପଶୁଙ୍କୁ ଦେବା ପାଇଁ ଉଦ୍ଦିଷ୍ଟ ବୋଲି ଲେଖା ଥିବା ଜାଣି ପାରିଥିଲେ I ଏହାପରେ ନକଲି ଡାକ୍ତରଙ୍କୁ ଅଟକ ରଖି ସାହି ପଡିଶା ଙ୍କୁ ଡାକିଥିଲେ I ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଉତେଜନା ଖେଳି ଯାଇଥିଲା । ଖବର ପାଇ ପୁଲିସ ଗାଁରୁ ନକଲି ଡାକ୍ତରଙ୍କୁ ଥାନାକୁ ନେଇ ପଚରା ଉଚରା କରିବା ସହ ଏକ ଅଣ୍ଡରଟେକିଂ ଲେଖି ଛାଡି ଦେଇଛି । ସେପଟେ ତିନି ତିନୋଟି ଇଞ୍ଜେକସନ ନେବା ପରେ ମଧ୍ୟ ଶୀକ୍ରାନ୍ତ ମହାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖାଯାଇଛି I

Comments are closed, but trackbacks and pingbacks are open.