ନକଲି ସାର୍ଟିଫିକେଟ ପଡିଲା ମହଙ୍ଗା: ମିଛ ଧରାଇଦେଲା ସତ ଦରଖାସ୍ତ

25

ନକଲି ସାର୍ଟିଫିକେଟ ଦେଇ ଚାକିରୀ ପାଇଲେ କ’ଣ ଅବସ୍ଥା ହୁଏ, ତାର ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି । ସମ୍ବଲପୁର ଡାକ ମଣ୍ଡଳ ଅଧୀନରେ ଗ୍ରାମ ଡାକ ସେବାରେ ଚାକିରୀ ପାଇଥିବା ୬ କର୍ମଚାରୀଙ୍କୁ ଇଂରାଜୀରେ ଗୋଟିଏ ଦରଖାସ୍ତ ମଧ୍ୟ ଠିକରେ ଲେଖି ଆସୁନାହିଁ । ନକଲି ସାର୍ଟିଫିକେଟ ଦେଇ ଚାକିରୀ ପାଇଥିବା ଏହି ୬ ଜଣ କର୍ମଚାରୀଙ୍କ ଉପରେ ଡାକ ବିଭାଗର ସନ୍ଦେହ ହେବାରୁ ସେମାନଙ୍କୁ ଡକାଯାଇଥିଲା ।

ଇଂରାଜୀରେ ସେମାନେ ଅଧିକ ମାର୍କ ରଖିଥିବାରୁ ଗୋଟିଏ ଲେଖାଏଁ ଦରଖାସ୍ତ ଲେଖିବାକୁ କୁହାଯାଇଥିଲା । ଯେଉଁଥିରେ ନିଯୁକ୍ତ ପାଇଥିବା ୬ ଜଣ କର୍ମଚାରୀ ଇଂରାଜୀର ବନାନ ଠିକ ସେ ଲେଖି ପାରିନଥିବା, ବ୍ୟାକରଣଗତ ତ୍ରୁଟି ଦେଖିବାକୁ ମିଳିଛି । ଏମିତିକି ଦସ୍ତଖତରେ ଗୋଟିଏ ଶବ୍ଦକୁ ଭୁଲ ଲେଖିବା ପରେ ପୁଣିଥରେ ଲେଖିବାକୁ ଉଦ୍ୟମ କରାଯାଇଛି ।

ସେହି କର୍ମଚାରୀଙ୍କୁ ମଧ୍ୟରୁ ୫ ଜଣଙ୍କ ଦରଖାସ୍ତ ଏବେ ଭାଇରାଲ ହେଉଛି । ଯାହା କନକ ନ୍ୟୁଜ ହାତରେ ଲାଗିଛି । ଘଟଣାର ତଦନ୍ତ ପାଇଁ ସମ୍ବଲପୁର ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତନାଘନା ଚଲାଇଛି ।

Comments are closed, but trackbacks and pingbacks are open.