ଚରମ ସୀମାରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ତିକ୍ତତା, ରାଜ୍ୟପାଳ ଙ୍କ ଟ୍ୱିଟର ଆକାଉଣ୍ଟ ବ୍ଲକ କଲେ ମମତା

15

ପଶ୍ଚିମବଙ୍ଗ ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟପାଳ ଜଗଦୀପ ଧନଖରଙ୍କ ମଧ୍ୟରେ ଚାଲିଥିବା ରାଜନୈତିକ ତିକ୍ତତା ଥମିବାର ଜଣାପଡ଼ୁନାହିଁ । ଉଭୟଙ୍କ ମଧ୍ୟରେ ଚାଲିଥିବା ବିବାଦ ସମ୍ପର୍କରେ ନିଜେ ମମତା ବାନାର୍ଜୀ ସୂଚନା ଦେଇଛନ୍ତି I ଏଥିସହ ସେ ରାଜ୍ୟପାଳଙ୍କ ଟ୍ୱିଟର ଆକାଉଣ୍ଟକୁ ବ୍ଲକ କରିଦେଇଛନ୍ତି ବୋଲି ମଧ୍ୟ ସୂଚନା ଦେଇଛନ୍ତି I
ମମତା ଆଜି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟପାଳ ଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣି କହିଛନ୍ତି ସରକାରୀ ବ୍ୟବସ୍ଥା ବଦଳରେ ରାଜ୍ୟପାଳ ଜଙ୍ଗଲ ରାଜକୁ ପ୍ରାଧାନ୍ୟ ଦେଉଛନ୍ତି । ଏପରିକି ଫୋନ୍ ଟାପିଂ କରିବା ସହିତ ସରକାରୀ ଅଧିକାରୀଙ୍କୁ ଧମକ ଚମକ ମଧ୍ୟ ଦେଉଛନ୍ତି ବୋଲି ମମତା ଅଭିଯୋଗ କରିଛନ୍ତି । ଏକାଧିକ ଫାଇଲ କାମକୁ ଜାଣିଶୁଣି ରାଜ୍ୟପାଳ ଅଟକାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ମମତା । ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଏକାଧିକ ଚିଠି ଲେଖିଥିଲେ ହେଁ କୌଣସି ଫାଇଦା ହୋଇନାହିଁ । ବିଗତ ବର୍ଷ ମଧ୍ୟରେ ମୋଦୀଙ୍କୁ ୪ ଥର ଚିଠି ଲେଖି ସାରିଛି ମାତ୍ର ଏହାର କୌଣସି ଫାଇଦା ନାହିଁ । କାହିଁକି ପ୍ରଧାନମନ୍ତ୍ରୀ ତାଙ୍କୁ ହଟାଉ ନାହାନ୍ତି। ରାଜ୍ୟପାଳ ହାଉସରୁ ପେଗାସସ୍‌ ଚାଲୁଛି ବୋଲି ମମତା ଅଭିଯୋଗ ଆଣିଛନ୍ତି। ପ୍ରତିଦିନ ସକାଳେ ରାଜ୍ୟପାଳ ଟ୍ୱିଟ୍ କରି ମୋତେ ଆକ୍ରମଣ କରୁଛନ୍ତି। ଏଠି ସେ କେବଳ ମହାନ ଆଉ ଆମେ ଦାଦନ ଶ୍ରମିକ। ମୁଁ ଏହି ମାନସିକତାକୁ ଗ୍ରହଣ କରିପାରୁ ନାହିଁ। ତେଣୁ ମୁଁ ତାଙ୍କୁ ଆଜି ଟ୍ୱିଟରରେ ବ୍ଲକ କରିଦେଇଛି ବୋଲି ମମତା କହିଛନ୍ତି । ମମତାଙ୍କ ଅଭିଯୋଗ ପରେ ରାଜ୍ୟପାଳ ଜଗଦୀପ ଟ୍ୱିଟ୍‌ କରି ନିଜର ପ୍ରତିକ୍ରିୟା ରଖିଛନ୍ତି। ଧାରା ୧୫୯ରେ ରାଜ୍ୟପାଳଙ୍କ କ୍ଷମତା କ’ଣ ରହିଛି ତାର ଏକ ସ୍କ୍ରିନ୍‌ ସଟ୍‌ ଟ୍ୱିଟରରେ ସେୟାର କରିଛନ୍ତି ରାଜ୍ୟପାଳ।

ଏହାପୂର୍ବରୁ ରାଜ୍ୟପାଳ ଜଗଦୀପ ଧନକାର ମଧ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଥିଲେ। ଗତବର୍ଷ ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ଯେଉଁ ବିଜେପି କର୍ମୀ ମାନଙ୍କ ଉପରେ ଯେଉଁଭଳି ଆକ୍ରମଣ ହୋଇଥିଲା ତାହାକୁ ମାନବିକ ଅଧିକାରର ପଦଦଳିତ କରି ରାଜ୍ୟରେ ହିଂସା ଘଟାଇଥିବା ବିଷୟରେ ରାଜ୍ୟପାଳ କହିଛନ୍ତି। ଯେ କୌଣସି ପ୍ରକାର ହିଂସାକାଣ୍ଡକୁ ସେ ଅଣଦେଖା କରିପାରିବେନାହିଁ କିମ୍ବା କୌଣସି ପ୍ରକାରର ପ୍ରକାରର ‘ଅପମାନ’ ତାଙ୍କୁ ନିଜ କର୍ତ୍ତବ୍ୟ ପାଳନ କରିବାରେ ବାରଣ କରିପାରିବ ନାହିଁ I ଏହାବାଦ ରାଜ୍ୟପାଳ ବିବୃତି ରଖିଥିଲେ ଯେ ହିଂସା ଏବଂ ଗଣତନ୍ତ୍ର ଏକାଠି ଯାଇପାରିବ ନାହିଁ।

Leave A Reply

Your email address will not be published.