୨୫ ତାରିଖରେ ହେବାକୁ ଥିବା ନିର୍ବାଚନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

121

ହୋମ୍‌ ଭୋଟିଂ ଓ କମିଶନିଂ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ଖୋଦ୍ଧା ଜିଲ୍ଲାରେ ଆସନ୍ତା ୨୫ ତାରିଖରେ ଭୋଟ ଗ୍ରହଣ କରାଯିବ । ଏଥି ନିମନ୍ତେ ସମସ୍ତ ପ୍ରକ୍ରିୟା ଜାରି ରହିଛି । ଜିଲ୍ଲାରେ ଥିବା ୮୫ ବର୍ଷ ବୟସରୁ ଊଦ୍ଧ୍ୱ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଭୋଟରମାନଙ୍କ ନିମନ୍ତେ ଘରେ ରହି ଭୋଟଦେବା ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲାରେ ମୋଟ ୧୭୦୪ ଜଣ ଭୋଟର ନିଜର ଘରେ ରହି ମତଦାନ କରିବେ । ସେମାନଙ୍କ ମଧ୍ୟରେ ୧୨୧୮ ଜଣ ୮୫ ବର୍ଷ ବୟସରୁ ଊଦ୍ଧ୍ୱର୍ ଏବଂ ୪୮୬ ଜଣ ଦିବ୍ୟାଙ୍ଗ ଭୋଟର ଅଛନ୍ତି । ପୁଲିଂ ଅଧିକାରୀମାନେ ସେମାନଙ୍କ ଘରକୁ ଯାଇ ଭୋଟିଂ କରାଇବେ । ପୂର୍ବରୁ ଘରେ ରହି ଭୋଟ ଦେବା ପାଇଁ ସେମାନଙ୍କଠାରୁ ସ୍ୱୀକୃତି ଗ୍ରହଣ କରାଯାଇଥିଲା ।

ଏହି ମର୍ମରେ ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୮୫ ବର୍ଷ ବୟସରୁ ଊଦ୍ଧ୍ୱ ୧୯୮ ଜଣ ଏବଂ ୬୯ ଜଣ ଦିବ୍ୟାଙ୍ଗ ଭୋଟରଙ୍କୁ ମିଶାଇ ୨୬୭, ଭୁବନେଶ୍ୱର (ମଧ୍ୟ)ରେ ୯୩ ଜଣ ୮୫ ବର୍ଷ ବୟସରୁ ଊଦ୍ଧ୍ୱ ଏବଂ ୨୫ ଜଣ ଦିବ୍ୟାଙ୍ଗଙ୍କୁ ମିଶାଇ ମୋଟ ୧୧୮ ଜଣ ଭୋଟର, ଭୁବନେଶ୍ୱର (ଉତ୍ତର)ରେ ୨୦୨ ଜଣଙ୍କ ମଧ୍ୟରୁ ୧୫୫ ଜଣ ୮୫ ବର୍ଷ ବୟସରୁ ଊଦ୍ଧ୍ୱ ଏବଂ ଏବଂ ୪୭ ଜଣ ଦିବ୍ୟାଙ୍ଗ, ଏକାମ୍ରରେ ୨୦୮ ଜଣଙ୍କ ମଧ୍ୟରୁ ୧୮୫ ବର୍ଷରୁ ଊଦ୍ଧ୍ୱ ବୟସର ଏବଂ ୨୩ ଜଣ ଦିବ୍ୟାଙ୍ଗ ଭୋଟର, ଜଟଣୀରେ ମୋଟ ୭୪ ଜଣଙ୍କ ମଧ୍ୟରୁ ୪୩ ଜଣ ୮୫ ବର୍ଷ ବୟସରୁ ଊଦ୍ଧ୍ୱ ଏବଂ ୩୧ ଜଣ ଦିବ୍ୟାଙ୍ଗ ଭୋଟର ସେମାନଙ୍କ ଘରେ ରହି ମତାଧିକାର ସାବ୍ୟସ୍ତ କରିବେ । ସେହିଭଳି ବେଗୁନିଆ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୮୪ ଜଣ ୮୫ ବର୍ଷ ବୟସରୁ ଊଦ୍ଧ୍ୱ ଏବଂ ୪୯ ଜଣ ଦିବ୍ୟାଙ୍ଗ ଭୋଟରଙ୍କ ମିଶାଇ ୨୩୩, ଖୋର୍ଦ୍ଧାରେ ୧୬୪ ଜଣ ୮୫ ବର୍ଷ ବୟସରୁ ଊଦ୍ଧ୍ୱ ଏବଂ ୧୧୭ ଜଣ ଦିବ୍ୟାଙ୍ଗଙ୍କୁ ମିଶାଇ ମୋଟ ୨୮୧ ଜଣ ଘରେ ରହି ଭୋଟ ଦେଉଥିବାବେଳେ ଚିଲିକା ନିର୍ବାଚନ ମଣ୍ଡଳୀରେ ୧୯୬ ଜଣ ୮୫ ବର୍ଷ ବୟସରୁ ଊଦ୍ଧ୍ୱ ଏବଂ ୧୨୫ ଜଣ ଦିବ୍ୟାଙ୍ଗ ଭୋଟର ମତାଧିକାର ସାବ୍ୟସ୍ତ କରିବେ ।

ଅନ୍ୟ ପକ୍ଷରେ ଦ୍ୱିତୀୟ ପର୍ଯ୍ୟାୟ ରାଣ୍ଡମାଇଜେସନ୍‌ ପରେ ଇଭିଏମ୍‌ଗୁଡ଼ିକର କମିଶନିଂ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି । ଜିଲ୍ଲାର ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ, ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ଜିଲ୍ଲା ପଣ୍ୟାଗାରରେ ଏହି କମିଶନିଂ ପ୍ରକ୍ରିୟା ଜାରି ରହିଛି । ଆସନ୍ତା ୨୩ ତାରିଖରେ ପୁଲିଂ ପାର୍ଟିମାନେ ଇଭିଏମ୍‌ ଏବଂ ଆବଶ୍ୟକୀୟ ସାମଗ୍ରୀ ନେଇ ମତଦାନ କେନ୍ଦ୍ର ଅଭିମୁଖେ ଯାତ୍ରା କରିବେ । ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଆସନ୍ତା ୨୫ ତାରିଖରେ ଜିଲ୍ଲାରେ ୧୯୨୩ ମତଦାନ କେନ୍ଦ୍ରରେ ୧୯ ଲକ୍ଷ ୬ ହଜାର ୫୧୭ ଜଣ ମତଦାତା ମତାଧିକାର ସାବ୍ୟସ୍ତ କରିବେ ।

Comments are closed, but trackbacks and pingbacks are open.