ଦୁଇ ଜିଲ୍ଲାରେ ବଢିଲା ଗ୍ରୀଷ୍ମଛୁଟି ଅବଧି, ହେବ ସକାଳୁଆ ସ୍କୁଲ

32

ଭୁବନେଶ୍ୱର: ଦୀର୍ଘଦିନର ଗ୍ରୀଷ୍ମଛୁଟି ଅବଧି ସରିବା ପରେ ଜୁନ ୨୧ ତାରିଖରୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଖୋଲିବ ବୋଲି ଗଣଶକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା । ହେଲେ ଏବେ ବି   କିଛି ଜିଲ୍ଲାରେ  ତାପମାତ୍ରା ଜାରି ରହିଛି । ତାପମାତ୍ରାକୁ ଦୃଷ୍ଟିରେ ସେହିସବୁ ଜିଲ୍ଲାର ଜିଲ୍ଲାପାଳମାନେ ସ୍କୁଲ ଖୋଲିବା ନିଷ୍ପତ୍ତି ନେବେ ବୋଲି   ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଥିଲା ।

ସେହି ଅନୁସାରେ ରାଜ୍ୟର ୨ଟି ସ୍କୁଲର ଗ୍ରୀଷ୍ମଛୁଟି ଅବଧିକୁ ବଢାଇ ଦିଆଯାଇଛି । ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିଲେ ହେଁ ପଶ୍ଚିମ ଓଡ଼ିଶା ଜଳୁଛି । ତେଣୁ ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲାର ସମସ୍ତ ସ୍କୁଲ ୨୨ ତାରିଖରେ ଖୋଲିବ ବୋଲି ଏହି ଦୁଇ ଜିଲ୍ଲାର ଜିଲ୍ଲାପାଳଙ୍କ ପକ୍ଷରୁ ଘୋଷଣା କରାଯାଇଛି । ସେହିପରି  ୨୨ରୁ ୨୪ ଯାଏ ଏହି ଦୁଇ ସ୍କୁଲରେ ସକାଳୁଆ ସ୍କୁଲ ହେବ ।

ମିଳିଥିବା ସୂଚନା ଅନୁସାରେ, ଝାରସୁଗୁଡା ଜିଲ୍ଲାରେ ସକାଳ ୬ଟା୩୦ରୁ ସ୍କୁଲ ଆରମ୍ଭ ହୋଇ ୧୦ଟାଯାଏ ଚାଲିବ । ସେହିପରି ସମ୍ବଲପୁର ଜିଲ୍ଲାରେ ସକାଳ ୬ଟାରୁ ୧୦ ଯାଏ ସ୍କୁଲ ଖୋଲିବ ଏବଂ ପିଲାଙ୍କୁ ୯ଟା ୩୦ରୁ ୧୦ ଭିତରେ ମଧ୍ୟାହ୍ନ ଭୋଜନ ଦିଆଯିବ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।

ସୂଚନାଥାଉ କି,   ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ଗୁଡ଼ିକୁ ଜୁନ୍ ୧୯ତାରିଖ ପରିବର୍ତ୍ତେ ଜୁନ୍ ୨୧ ତାରିଖରେ ଖୋଲିବାକୁ ନିର୍ଦ୍ଦେଶ  ଦେଇଥିଲେ  ହେଲେ  ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, ସୁବର୍ଣ୍ଣପୁର ଓ ବଲାଙ୍ଗିର ଜିଲ୍ଲାରେ ଗ୍ରୀଷ୍ମପ୍ରବାହର ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସକାଳୁଆ

Comments are closed, but trackbacks and pingbacks are open.