ସମ୍ବଲପୁରର ଆମ୍ବ ଦୁବାଇ ଓ ଇଂଲଣ୍ଡକୁ ରପ୍ତାନୀ ହେବା ପ୍ରଶଂସନୀୟ ଉଦ୍ୟମ – ଧର୍ମେନ୍ଦ୍ର ପ୍ରଧାନ

344

ସମ୍ବଲପୁର, ମଇ ୨୪ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ସମ୍ବଲପୁର ଜେଲ ଛକ ଠାରେ ଜିଲ୍ଲା ପ୍ରଶାସନ ଏବଂ ଓରମାସ ପକ୍ଷରୁ ଆୟୋଜିତ ଆମ୍ବ ପସରା ପ୍ରଦର୍ଶନୀ ବୁଲିବା ସହ ଆମ୍ବ ରପ୍ତାନୀ ଗାଡ଼ିର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସମ୍ବଲପୁରରେ ଉତ୍ପାଦିତ ହେଉଥିବା ଆମ୍ରପଲ୍ଲୀ, ମଲ୍ଲିକା, ଲେଙ୍ଗଡ଼ା ଓ ବାଇଗଣପଲ୍ଲୀ ଭଳି ବିଭିନ୍ନ ରକମର ସୁସ୍ୱାଦୁ ଆମ୍ବ ଓଡ଼ିଶା ସରକାରଙ୍କ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ସହଯୋଗରେ ଦୁବାଇ ଓ ଇଂଲଣ୍ଡ ଭଳି ରାଷ୍ଟ୍ରକୁ ରପ୍ତାନୀ ହେଉଛି, ଯାହା ପ୍ରଶଂସନୀୟ ଉଦ୍ୟମ ।ସମ୍ବଲପୁର ଏକ କୃଷି ପ୍ରଧାନ ଅଞ୍ଚଳ । ବିଦେଶ ବଜାରରେ ଯୁଯୁମୁରା, ନାକଟିଦେଉଳ ଓ ଯମନକିରା ଅଞ୍ଚଳରେ ଉତ୍ପାଦନ ହେଉଥିବା ଆମ୍ବର ବିଶେଷ ଚାହିଦା ରହିଛି । ଏଠାରେ କୃଷକ ଉତ୍ପାଦ ସଂଗଠନ ଏବଂ ଆମ୍ବ ଚାଷୀମାନଙ୍କ ଦ୍ୱାରା ଭଲ ଆମ୍ବ ଉତ୍ପାଦନ ହେଉଛି । ଆମ୍ବ ସମେତ ସମ୍ବଲପୁରର ଧାନ, ଲଙ୍କା, ଫଳ, ପନିପରିବା ଓ ଦୁଗ୍ଧ ଏବଂ ପଶୁପାଳନକୁ ପ୍ରୋତ୍ସାହନ କରିବା ପାଇଁ ଜିଲ୍ଲା ପ୍ରଶାସନ ଏକ ବିସ୍ତୁତ ଯୋଜନା କରୁଛି । ଗ୍ରାମାଞ୍ଚଳର ଅର୍ଥନୀତିକୁ ମଜଭୂତ୍ କରିବାକୁ ହେଲେ ଏ ସବୁ ଦିଗକୁ ଧ୍ୟାନ ଦେବାକୁ ହେବ ବୋଲି ସେ କହିଛନ୍ତି ।

Comments are closed, but trackbacks and pingbacks are open.