ଭାରତ ଲଗାଇଲା କଟକଣା: ଆମଦାନୀ – ରପ୍ତାନି ବନ୍ଦ

102

ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କୀ ହମଲା ପରେ ପାକିସ୍ତାନରୁ ସମସ୍ତ ପ୍ରକାର ଆମଦାନୀ-ରପ୍ତାନୀ ଉପରେ ଭାରତ ସରକାର ଲଗାଇଲା କଟକଣା । ପାକିସ୍ତାନ ଉପରେ ଆଉ ଏକ ଆକ୍ସନ ନେଲା ଭାରତ | ଆମଦାନୀ-ରପ୍ତାନୀ ବ୍ୟାନ ନେଇ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି । ତେବେ ଦେଶର ସୁରକ୍ଷା ଏବଂ ସାମୁହିକ ସ୍ୱାର୍ଥ ଦୃଷ୍ଟିରୁ ଭାରତ ଏପରି ପଦକ୍ଷେପ ନେଇଛି । ପହଲଗାମ୍ ଆତଙ୍କୀ ହମଲାର ପ୍ରତିଶୋଧ ନେବାକୁ ଜଳ ଷ୍ଟ୍ରାଇକ ସହ ସିନ୍ଧୁ ନଦୀ ଚୁକ୍ତି ବାତିଲ ଏବଂ ପାକିସ୍ତାନୀଙ୍କ ଭିସା ବାତିଲ ଭଳି ବଡ ପଦକ୍ଷେପ ନେଇଛି ଭାରତ । ପାକିସ୍ତାନ ପାଇଁ ନିଜର ଏୟାରସ୍ପେସ୍ ବନ୍ଦ କରିବା ସହ ପାକିସ୍ତାନର କଳାକାର, ଖେଳାଳୀ, ନେତା ଏବଂ ପ୍ରଧାନମନ୍ତ୍ରୀଙ୍କୁ ୟୁଟ୍ୟୁବ ଏବଂ ସୋସିଆଲ ମିଡିଆ ବନ୍ଦ କରିବା ପରେ ଏବେ ଆମଦାନୀ-ରପ୍ତାନୀ ବନ୍ଦ କରିଛି ।

Comments are closed, but trackbacks and pingbacks are open.