ନାଇଜେରିଆ ଅବୈଧ ତେଲ ରିଫାଇନରୀରେ ପ୍ରଚଣ୍ଡ ବିସ୍ଫୋରଣ, ଶତାଧିକ କର୍ମଚାରୀ ମୃତ, ଅନେକ ଆହତ

23

ନାଇଜେରିଆର ଦକ୍ଷିଣ ରାଜ୍ୟ ଇମୋ ରେ ଥିବା ଏକ ବେଆଇନ ତୈଳ ବିଶୋଧନାଗାରରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି I ଏଥିରେ ୧୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟି ବା ସହିତ ଅନେକ ଆହତ ହୋଇଛନ୍ତି । ବିସ୍ଫୋରଣର ଶବ୍ଦ ବହୁ ଦୂରରୁ ଶୁଣାଯିବା ସହିତ ଆକାଶ ସମ୍ପୂର୍ଣ୍ଣ ରୂପେ ଧୁଆଁମୟ ହୋଇ ଯାଇଥିଲା I ଏହି ପ୍ରଚଣ୍ଡ ବିସ୍ଫୋରଣ ହେତୁ ଏହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି I
ପେଟ୍ରୋଲିୟମ ରିସୋର୍ସ କମିଶନର ଗୁଡଲକ ଓପିଆଙ୍କ ସୂଚନା ଅନୁଯାୟୀ ଲୋକମାନେ ଏଭଳି ଭାବେ ଜଳିଯାଇଛନ୍ତି ଯେ ସେମାନଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇପଡିଛି । ସେହିଭଳି ଏଠାରୁ ତେଲ ନେବାକୁ ଆସିଥିବା ଅନେକ ଯାନବାହନ ପୋଡି ନଷ୍ଟ ହୋଇଯାଇଛି । ନିଆଁ ଦ୍ରୁତଗତିରେ ବେଆଇନ ଇନ୍ଧନ ଭଣ୍ଡାରକୁ ପ୍ରେବେଶ କରିଥିଲା । ଫଳରେ ନିଆଁକୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇନଥିଲା ପ୍ରଥମେ ଗୋଟିଏ ଡିପୋରେ ନିଆଁ ଲାଗିଥିଲା ଏବଂ ପରେ ଅନ୍ୟ ଏକ ଡିପୋକୁ ବ୍ୟାପି ଯାଇଥିଲା । ତେବେ ନିଆଁ କିଭଳି ଲାଗିଲା ତାହା ଜଣାପଡିନାହିଁ ।

ନାଇଜେରିଆରେ ଆଫ୍ରିକା ମହାଦେଶର ସବୁଠାରୁ ଅଧିକ ତୈଳ ଉତ୍ପାଦନ ହେଉଛି । ବେରୋଜଗାରୀ ଓ ଦାରିଦ୍ର୍ୟ କାରଣରୁ ନାଇଜେରିଆରେ ବେଆଇନ୍ ତେଲ ରିଫାଇନାରୀ ସଂଖ୍ୟା ବଢିବାରେ ଲାଗିଛି । ଅଶୋଧିତ ତେଲକୁ ପ୍ରମୁଖ ତେଲ କମ୍ପାନୀର ପ୍ରଭୁତ୍ୱ ରଖିଥିବା କମ୍ପାନୀ ପାଇପଲାଇନ ଏକ ୱେବ ସହିତ ଟ୍ୟାପ କରାଯାଇଥାଏ । ଏହାପରେ ଅସ୍ଥାୟୀ ଟ୍ୟାଙ୍କର ଉତ୍ପାଦନକୁ ରିଫାଇନ୍ କରାଯାଇଥାଏ । ଗତବର୍ଷ ମଧ୍ୟ ଏପରି ଏକ ବିସ୍ଫୋରଣରେ ୨୫ଜଣଙ୍କର ମୃତ୍ୟୁ ହୋଇଥିଲା ।କିନ୍ତୁ ବେକାର ସମସ୍ୟା ଯୋଗୁ ଏଠାକାର ଲୋକମାନେ ବଡବଡ କମ୍ପାନିର ପାଇପ ଲାଇନରୁ ଅଶୋଧିତ ତେଲ ଚୋରି କରୁଛନ୍ତି ଏବଂ ତାକୁ ବେଆଇନ ଭାବେ ବିଶୋଧନ କରୁଛନ୍ତି । ଯାହାକି ବେଳେବେଳେ ଏଭଳି ଦୁର୍ଘଟଣା ଘଟି ଅନେକ ଧନଜୀବନ ହାନି ହେଉଛି ।

Comments are closed, but trackbacks and pingbacks are open.