ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷରେ ଲକ୍ଷ୍ନୌ ସୁପର ଜାଏଣ୍ଟର ରୋମାଞ୍ଚକର ବିଜୟ

26

ମୁମ୍ବାଇର ବ୍ରାବୋର୍ଣ୍ଣ ଠାରେ ଆଜି ଚେନ୍ନାଇ ସୁପର କିଙ୍ଗସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ ମଧ୍ୟରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଛି। ଚେନ୍ନାଇର ୨୧୧ ରନ୍‌ର ବିଶାଳ ଟାର୍ଗେଟ୍‌କୁ ଜବରଦସ୍ତ ଲଢ଼ି ପୂରା କରି ନେଇଛି ଲକ୍ଷ୍ନୌ। ଚେନ୍ନାଇ ବିରୋଧରେ ରୋମାଞ୍ଚକର ବିଜୟ ହାସଲ କରିଛି ଲକ୍ଷ୍ନୌ ସୁପର ଜାଏଣ୍ଟ। ଦଳ ୪ ୱିକେଟ ହରାଇ ୧୯. ୩ ଓଭରରେ ୨୧୧ ରନ୍‌ କରି ମ୍ୟାଚ୍ ଜିତି ନେଇଛି।

ଆଜି ମୁମ୍ବାଇର ବ୍ରାବୋର୍ଣ୍ଣ ଠାରେ ଦୁଇ ଟିମ୍ ମଧ୍ୟରେ ମୁକାବିଲା ହୋଇଥିଲା। ଲକ୍ଷ୍ନୌ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବା ଚେନ୍ନାଇ ୭ ୱିକେଟ୍ ହରାଇ ୨୧୧ ରନ ବିଶାଳ ଟାର୍ଗେଟ୍ ଦେଇଥିଲା । ଜବାବରେ ପଡିଆକୁ ଓହ୍ଲାଇଥିବା ଲକ୍ଷ୍ନୌ ୪ ୱିକେଟ ହରାଇ ୨୦୧୧ ରନ୍‌ କରି ମ୍ୟାଚ୍ ଜିତି ନେଇଛି।

ଲକ୍ଷ୍ନୌ ପକ୍ଷରୁ କ୍ୱିଣ୍ଟନ ଡିକକ ସର୍ବାଧିକ ୬୧ ରନ୍ କରିଥିବା ବେଳେ ଇଭିନ ଲୁଇସ ୫୫ ରନ୍ ଓ କେଏଲ୍ ରାହୁଲ ୪୦ ରନ୍ କରିଥିଲେ।

ଲକ୍ଷ୍ନୌ ସୁପର ଜାଏଣ୍ଟର ଦୁଇ ଓପନର କେଏଲ୍ ରାହୁଲ ଓ କ୍ୱିଣ୍ଟନ ଡିକକ୍‌ ଆରମ୍ଭରୁ ଲଢ଼ୁଆ ପ୍ରଦର୍ଶନ କରିଥିଲେ। ଦଳର ସ୍କୋର ୯୯ ରନ୍(୧୦.୨ ଓଭର) ହୋଇଥିବା ବେଳେ ଏଲ୍‌ଏସ୍‌ଜିର ପ୍ରଥମ ୱିକେଟ୍ ପଡ଼ିଥିଲା। ରାହୁଲ (୪୦) ପ୍ରିଟୋରିୟସ୍‌ଙ୍କ ବଲ୍‌ରେ ରାଇଡୁଙ୍କ ହାତରେ କ୍ୟାଚ୍‌ଆଉଟ ହୋଇଥିଲେ।

ଏହାପରେ ୧୧.୨ ଓଭର ଖେଳ ଚାଲୁଥିବା ବେଳେ ଲକ୍ଷ୍ନୌର ଦ୍ୱିତୀୟ ୱିକେଟ୍ ପଡ଼ିବାରୁ ଦଳ ଉପରେ ଚାପ ପଡ଼ିଥିଲା। ଦ୍ୱିତୀୟ ୱିକେଟ୍ ପାଇଁ ଖେଳିବାକୁ ଆସିଥିବା ମନୀଷ ପାଣ୍ଡେ ମାତ୍ର ୫ ରନ୍ କରି ତୁଷାର ଦେସପାଣ୍ଡେଙ୍କ ବଲ୍‌ରେ ଆଉଟ ହୋଇଥିଲେ। ଡ୍ୱେନ୍ ବ୍ରାଭୋଙ୍କ ତାଙ୍କ କ୍ୟାଚ୍ ନେଇଥିଲେ।

ଅନ୍ୟପଟେ ଡିକକ୍ ବ୍ୟାଟିଂ ଜାରି ରଖିଥିଲେ। ହେଲେ ଦଳର ସ୍କୋର ୧୩୯ ବେଳେ ଡିକ୍‌ଙ୍କୁ ଆଉଟ କରିଥିଲେ ପ୍ରିଟୋରିୟସ। ଡିକକ୍ ୬୧ ରନ୍ କରିଥିବା ବେଳେ ଧୋନୀ ହାତରେ କ୍ୟାଚ୍‌ ଆଉଟ୍ ହୋଇଥିଲେ। ୧୫ ଓଭର ଖେଳ ବେଳକୁ ଲକ୍ଷ୍ନୌ ସୁପର ଜାଏଣ୍ଟ ୩ ୱିକେଟ୍ ହରାଇ ୧୫୬ ରନ୍ କରିପାରିଥିଲା।

ସେହିପରି ଦୀପକ ହୁଡ୍ଡାଙ୍କ ନାମରେ ଦଳର ଚତୁର୍ଥ ୱିକେଟ୍ ପଡ଼ିଥିଲା। ସେ ମାତ୍ର ୧୩ ରନ୍ କରି ଜାଡ଼େଜାଙ୍କ ବଲ୍‌ରେ ଡ୍ୱେନ୍ ବ୍ରାଭୋଙ୍କୁ କ୍ୟାଚ୍ ଦେଇଥିଲେ। ସେତେବେଳେ ଦଳର ସ୍କୋର ୧୭୧ ହୋଇଥିବା ବେଳେ ୧୭.୨ ଓଭର ଖେଳ ହୋଇଥିଲା। ଶେଷ ବେଳକୁ ଇଭିନ ଲୁଇସ ଓ ଆୟୁସ ବାଦୋନୀ ବ୍ୟାଟିଂ କରୁଥିବା ବେଳେ ଲୁଇସ ଜବରଦସ୍ତ ବ୍ୟାଟିଂ କରି ମ୍ୟାଚ୍ ଜିତାଇଥିଲେ।

ଅନ୍ୟପଟେ ଚେନ୍ନାଇ ପକ୍ଷରୁ ଡ୍ୱେନ ପ୍ରିଟୋରିୟସ ୨ ୱିକେଟ୍ ନେଇଥିବା ବେଳେ ତୁଷାର ଦେଶପାଣ୍ଡେ ଓ ଡ୍ୱେନ୍ ବ୍ରାବୋ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

Comments are closed, but trackbacks and pingbacks are open.