ଝାରପଡା ଗଣେଶ ମଣ୍ଡପ ହାଟ ଭାଙ୍ଗିବା ନେଇ ଉତ୍ତେଜନା

31

ଆଜି ସକାଳୁ ସକାଳୁ ଭୁବନେଶ୍ୱର ସ୍ଥିତ ଝାରପଡ଼ାରେ ଥିବା ଗଣେଶ ମଣ୍ଡପ ହାଟ ଭଙ୍ଗାକୁ ନେଇ ସୃଷ୍ଟି ହୋଇଛି I ବିନା ନୋଟିସରେ ଉଚ୍ଛେଦ କରାଯାଉଥିବାରୁ ବ୍ୟବସାୟୀମାନେ ଏହାକୁ ବିରୋଧ କରିଛନ୍ତି। କାଲି ରାତି ୯ଟାରେ ସୂଚନା ଦେଇ ସକାଳୁ ଉଚ୍ଛେଦ ହେଉଥିବାରୁ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଅଞ୍ଚଳରେ ବିଜେପି କର୍ପୋରେଟର ଜିତିଥିବାରୁ ବିଜେଡି ଆକ୍ରୋଶ ମୂଳକ ଭାବେ ଏପରି କରୁଥିବା ଅଭିଯୋଗ ହୋଇଛି I
ବିନା ନୋଟିସରେ ଆଜି ସକାଳୁ ଗଣେଶ ମଣ୍ଡପ ହାଟ ଉଚ୍ଛେଦ କରାଯାଉଥିବାରୁ ବ୍ୟବସାୟୀମାନେ ଏହାକୁ ବିରୋଧ କରି ବିକ୍ଷୋଭ କରିଥିଲେ। ଏମାନଙ୍କ ସହ ବିଜେପିର ବରିଷ୍ଠ ନେତାମାନେ ମଧ୍ୟ ସାମିଲ ହୋଇଥିଲେ। ସ୍ଥାନୀୟ ଅଞ୍ଚଳରେ ବିଜେପି କର୍ପୋରେଟର ଜିତିଥିବାରୁ ବିଜେଡି ଆକ୍ରୋଶ ମୂଳକ ଭାବେ ଏପରି କରୁଥିବା ଅଭିଯୋଗ ହୋଇଛି।


ଉଚ୍ଛେଦକୁ ବିରୋଧ କରି ଉତ୍ତ୍ୟକ୍ତ ବ୍ୟବସାୟୀ ଓ ସ୍ଥାନୀୟ ଲୋକମାନେ ଲକ୍ଷ୍ମୀସଗାର ଗୋଲେଇ ଛକ ନିକଟରେ ରାସ୍ତାରୋକ କରିଥିଲେ। ଫଳରେ କଟକ -ପୁରୀ ରୋଡରେ ଦୀର୍ଘ ଘଣ୍ଟା ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଏହି ରାସ୍ତାରୋକରେ ବିଜେପିର ପରାଜିତ ମେୟର ପ୍ରାର୍ଥୀ ସୁନୀତ ମୁଣ୍ଡ, ବରିଷ୍ଠ ନେତା ବାବୁ ସିଂହ ଓ ଜଗନାଥ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ।
ରାସ୍ତାରୋକ ଯୋଗୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେବାରୁ ପୁଲିସ୍ ଲୋକଙ୍କୁ ବୁଝାସୁଝା କରିଥିଲା। ହେଲେ ସେମାନେ କିଛି ବି ଶୁଣି ନଥିଲେ। ଫଳରେ ସେମାନଙ୍କ ବଳପୂର୍ବକୁ ରାସ୍ତାରୁ ହଟାଇବାକୁ ପୁଲିସ୍ ଉଦ୍ୟମ କରିଥିଲା। ଏହାକୁ ନେଇ ସେଠାରେ ଆନ୍ଦୋଳନକାରୀ ଓ ପୁଲିସ ମଧ୍ୟରେ କିଛି ସମୟ ଧସ୍ତାଧସ୍ତି ହୋଇଥିଲା। କିଛି ଆନ୍ଦୋଳନକାରୀଙ୍କୁ ପୁଲିସ୍ ସେଠାରୁ ଉଠାଇ ନେଇ ଅଟକ ରଖିଥିଲା। ଏହାପରେ ସମସ୍ତଙ୍କୁ ବୁଝାସୁଝା କରି ଛାଡ଼ି ଦେଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ପୁଲିସ୍ର ବଳ ପ୍ରୟୋଗ ଓ ବିନା ନୋଟିସ୍ରେ ଉଚ୍ଛେଦକୁ ବିରୋଧ କରି ବିଜେପି ପକ୍ଷରୁ ପଦଯାତ୍ରା କରାଯାଇଛି। ଏହାପରେ ବିଜେପିର ବରିଷ୍ଠ ନେତାମାନେ ଡିସିପି ଅଫିସରେ ପହଞ୍ଚି ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।


ବାବୁ ସିଂହ ଅଭିଯୋଗ କରିଛନ୍ତି ଯେ “୩୩ ନମ୍ବର ୱାର୍ଡରେ ବିଜେପି କର୍ପୋରେଟର ଜିତିଥିବାରୁ ବିଜେଡି ଆକ୍ରୋଶ ରଖି ଏପରି କରୁଛି। ନିର୍ବାଚନ ରେଜଲ୍ଟ ବାହାରିବା ଦିନ ଗୋଟିଏ ଦୋକାନ ଭାଙ୍ଗି ଦିଅଯାଇଥିଲା। ଆଜି ସବୁ ଦୋକାନ ଭଙ୍ଗା ଯାଇଛି। ସରକାର ଯଦି ଲୋକଙ୍କ ପେଟକୁ ଦାନା ଦେଇପାରିବନି, ତାହାହେଲେ ସେମାନଙ୍କ ଦୋକାନକୁ ଭାଙ୍ଗିବାକୁ କିଏ ଅଧିକାର ଦେଲା?”


ସେହିପରି ଜଣେ ବ୍ୟବସାୟୀ କହିଛନ୍ତି, “ଆମେ ଦଶ ବର୍ଷ ହେବ ଦୋକାନ କରି ପେଟ ପୋଷୁଥିଲୁ। ବିଜେଡି ଆକ୍ରୋଶ ମୂଳକ ଭାବେ ଏପରି କରୁଛି। ଏହି ହାଟକୁ ଭାଙ୍ଗି ଦେଲେ ଆମେ ଭୟରେ ବିଜେପିକୁ ଆଉ ଭୋଟ ଦେବୁନି ବୋଲି ସେମାନେ ଭାବୁଛନ୍ତି। ଆମକୁ ଭୟଭୀତ କରିବାକୁ ସେମାନେ ଏପରି କରୁଛନ୍ତି।
ବିଜେଡି ଗୁଣ୍ଡାରାଜ ଚଲାଇଛି। ବିଧାୟକ ଅନନ୍ତ ନାରାୟଣ ଜେନା ପୁଲିସ ବାଲାକୁ ଟଙ୍କା ଦେଇ ଖେଳ କରୁଛନ୍ତି। ହାଟ ଭାଙ୍ଗିବା ପୂର୍ବରୁ ଆମକୁ କୌଣସି ନୋଟିସ୍ କରି ନାହାନ୍ତି। ଗତକାଲି ରାତି ୯ଟା ସମୟରେ ମାଇକ୍ରେ ପ୍ରଚାର କରାଯାଇଥିଲା। ଆଜି ସକାଳେ ବିଏମ୍ସି ଆସି ଆମ ଦୋକାନକୁ ଭାଙ୍ଗି ଦେଇଛି।”
ଆଉ ଜଣେ ବ୍ୟବସାୟୀ କହିଛନ୍ତି, ମୋ ଚିକେନ ଦୋକାନକୁ ଭାଙ୍ଗିଦେଲେ। ଆମେ କେମିତି ବଞ୍ଚିବୁ, କେମିତି ରହିବୁ। ନବୀନ ଆମ ଉପରେ ଅନ୍ୟାୟ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।

Comments are closed, but trackbacks and pingbacks are open.