ଆଇଏଏସସ୍ତରରେ ଅଦଳବଦଳ

0 145

ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ ପ୍ରଥମ ଥର ପାଇଁ ଆଇଏଏସସ୍ତରରେ ପ୍ରଥମ ଥର ଲାଗି ଅଦଳବଦଳ କରିଛି। ବିଜେଡି ସରକାରରେ ଦୀର୍ଘ ଦିନ ପର୍ଯ୍ୟନ୍ତ ଗୋଟିଏ ପଦବୀରେ ଥିବା ଅନେକ ଅଧିକାରୀଙ୍କୁ ବଦଳି କରାଯାଇଛି। ବରିଷ୍ଠ ଅଧିକାରୀ ନିକୁଞ୍ଜ ଧଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ସହ ଇଡକୋ ଚେୟାରମ୍ୟାନ ନିଯୁକ୍ତ କରାଯାଇଛି। ସୁରେନ୍ଦ୍ର କୁମାରଙ୍କୁ ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ମୁଖ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିଯୁକ୍ତ କରାଯାଇଛି।ବିଜେଡି ସରକାରରେ କ୍ଷମତାଶାଳୀ ଅଧିକାରୀ ଜି ମାଥିଭାଥନନଙ୍କୁ ଗୋପବନ୍ଧୁ ଏକାଡେମିର ମହାନିର୍ଦ୍ଦେଶକ ବଦଳି କରାଯାଇ ଉଷା ପାଢ଼ୀଙ୍କୁ ଏହି ବିଭାଗ ଦାୟିତ୍ୱ ମିଳିଛି। ଶାଶ୍ୱତ ମିଶ୍ରଙ୍କୁ ଅର୍ଥ ଏବଂ ଶକ୍ତି ବିଭାଗ ଦାୟିତ୍ୱ ମିଳିଥିବା ବେଳେ ବିଶାଳ ଦେବଙ୍କୁ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ଦାୟିତ୍ୱ ମିଳିଛି। ସେହିଭଳି ଅନେକ ଦିନ ଧରି କ୍ରୀଡ଼ା ବିଭାଗ ସହିତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ନିଯୁକ୍ତ ଥିବା ଆର. ଭିନୀଲୀକ୍ରିଷ୍ଣାଙ୍କୁ ଭୂମି ଅଭିଲେଖ ଏବଂ ବନ୍ଦୋବସ୍ତ ବିଭାଗକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଭାସ୍କର ଜ୍ୟୋତି ଶର୍ମାଙ୍କୁ କ୍ରୀଡା ବିଭାଗ ଦାୟିତ୍ୱ ମିଳିଛି। ଅର୍ଥାତ ଅନେକ ଦିନ ଧରି ବିଜେଡି ସରକାରରେ କ୍ଷମତାଶାଳୀ ବିଭାଗ ଦାୟିତ୍ୱରେ ଥିବା ଦୁଇ ଅଧିକାରୀ ଜି ମାଥିଭାଥନନ ଏବଂ ଆର. ଭିନୀଲୀକ୍ରିଷ୍ଣାଙ୍କୁ କମ୍ ଗୁରୁତ୍ୱ ଥିବା ବିଭାଗକୁ ବଦଳି କରାଯାଇଛି।

Leave A Reply

Your email address will not be published.