ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶକୁ ବ୍ୟତିକ୍ରମ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ – ସିପି

20

ମମିତା ମେହେର ହତ୍ୟା ମାମଲାରେ ଆସନ୍ତାକାଲି କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଛି I ତେବେ ଏ ପ୍ରସଙ୍ଗରେ ହାଇକୋର୍ଟ ଗୁରୁତ୍ତ୍ୱପୂର୍ଣ୍ଣ ରାୟ ଶୁଣାଇ କି ଜୋର ଜବରଦସ୍ତି କାହାରିକୁ ବନ୍ଦ ପାଇଁ ବାଧ୍ୟ କରାଯାଇପାରିବ ନାହିଁ I
ଏ ସମ୍ପର୍କରେ ଟ୍ୱିନସିଟି ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ, ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶକୁ ଅନୁପାଳନ କରାଯିବ। ୩୫ ପ୍ଲାଟୁନ ପୋଲିସ ଫୋର୍ସ ଦ୍ୱୈତ ନଗରୀରେ ନିୟୋଜିତ ହେବେ। କୌଣସି ସାଧାରଣ ଲୋକେ ପ୍ରଭାବିତ କିମ୍ବା ହଇରାଣ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦିଆଯିବ ।
ଏକ ଜନସ୍ବାର୍ଥ ମାମଲା ବିଚାର କରିହାଇକୋର୍ଟ ଉପରୋକ୍ତ ନିର୍ଦ୍ଦେଶ ଦେଇଥିଲେ । ଯଦି ନିୟମ ନ ମାନିଲେ କିମ୍ବା ବ୍ୟତିକ୍ରମ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିପି କହିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆସନ୍ତାକାଲି ବନ୍ଦ ଶାନ୍ତିପୂର୍ଣ୍ଣ ହେବ ବୋଲି କଂଗ୍ରେସ କହିଛି I

Leave A Reply

Your email address will not be published.