ଏହି ଦେଶରେ ବ୍ୟାନ ହେବ କି ଏଭରେଷ୍ଟ ମସଲା ?

123

ନୂଆଦିଲ୍ଲୀ: ଦେଶର ଘରେ ଘରେ ପରିଚିତ ମସଲା ଏମଡିଏଚ ଏବଂ ଏଭରେଷ୍ଟ ମସଲା ଏବେ ନିଜର ସୁଗନ୍ଧ ହରାଇବସିଛି । ପ୍ରଥମେ ହଂକଂ ଓ ସିଙ୍ଗାପୁର ରେ ବିବାଦରେ ଆସିଲା ପରେ ଏବେ ଅଷ୍ଟ୍ରେଲିଆ ଯାଞ୍ଚ ଆରମ୍ଭ କରିଛି  । ଏମଡିଏଚ ଏବଂ ଏଭରେଷ୍ଟ ମସଲାରେ କ୍ୟାନସର ଭଳି ଘାତକ ରୋଗର କାରକ ରହିଛି ବୋଲି କହିଥିଲା ହଂକଂସ୍ଥିତ ସେଣ୍ଟର ଫର୍ ଫୁଡ୍ ସେଫ୍ଟି । ଏହି ୨ଟି ମସଲା ଉତ୍ପାଦ ଉପରେ ପ୍ରତିବନ୍ଧକ ମଧ୍ୟ ଜାରି କରାଯାଇଥିଲା  । ହଂକଂ ଓ ସିଙ୍ଗାପୁର ରେ ଏମ୍‌ଡିଏଚ୍‌ର ୩ ଓ ଏଭରେଷ୍ଟର ୬ ପ୍ରକାର ଫିଶ୍‌ କରି ଉପରେ କଟକଣା ଲାଗିଛି ।

ଶନିବାର ଆମେରିକା ମଧ୍ୟ ଏହି ଦୁଇ ମସଲା ଉପରେ ସନ୍ଦେହ କରି ଯାଞ୍ଚ କରିବା ଆରମ୍ଭ କରିଥିଲା । ଅଷ୍ଟ୍ରେଲିଆର ଖାଦ୍ୟ ନିରାପତ୍ତା ଏଜେନ୍ସି ମଧ୍ୟ ମଙ୍ଗଳବାର ଦିନ ଏହି ଦୁଇ କମ୍ପାନୀର ମସଲାରେ ମିଶାଯାଉଥିବା କ୍ଷତିକାରକ କୀଟନାଶକ ସମ୍ପର୍କରେ ତଥ୍ୟ ସଂଗ୍ରହ ସହ ଯାଞ୍ଚ ଆରମ୍ଭ କରିଛି। ଯଦି ଏହା ସତ୍ୟ ପ୍ରମାଣ ହୁଏ ତାହାଲେ ଏହି ଦୁଇ ମସଲାର ବିକ୍ରି ଉପରେ ନିଷେଧାଦେଶ ଜାରି କରାଯାଇପାରେ ବୋଲି ଫୁଡ୍‌ ଷ୍ଟାଣ୍ଡାର୍ଡ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି । ଏହି ଉତ୍ପାଦଗୁଡ଼ିକରେ ମିଶାଯାଉଥିବା ଏକ କୀଟନାଶକ ଏବଂ ଜଣାଶୁଣା କାର୍ସିନୋଜେନ ଇଥିଲିନ୍ ଅକ୍ସାଇଡ୍ ମାନବ ବ୍ୟବହାର ପାଇଁ ଅନୁମୋଦିତ ନୁହେଁ । ଯାଞ୍ଚ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଥିରେ କୁହାଯାଇଛି । ଏହି ମସଲା ଗୁଡିକ ଏସିଆ ,ଉତ୍ତର ଆମେରିକା ଓ ୟୁରୋପରେ ମଧ୍ୟ ବ୍ୟବହାର ହେଉଥିବାରୁ ସେଠାକାର ଲୋକେ ଭୟବିତ ହୋଇପଡ଼ିଛନ୍ତି । ଆମେରିକାର ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ସ ଆଡ୍‌ମିନିଷ୍ଟ୍ରେଶନ୍‌ ର ସନ୍ଦେହ ପରେ ଭାରତୀୟ କର୍ତ୍ତୃପକ୍ଷ ଦୁଇଟିଯାକ ମସଲାର ଫ୍ୟାକ୍ଟ୍ରିରେ ଯାଞ୍ଚ କରିଥିବା ଜଣାପଡ଼ିଛି।

Comments are closed, but trackbacks and pingbacks are open.