ଚାକିରି ଗଲେ ବି ୨୦୨୨ ଯାଏଁ ମିଳିବ PF ଟଙ୍କା: ନିର୍ମଳା ସୀତାରମଣ

27

କରୋନା ସମୟରେ ଚାକିରୀ ହରାଇଥିବା ଲୋକଙ୍କ ପାଇଁ ଏକ ଆସ୍ୱସ୍ତୀ କର ଖବର ଆସି ପହଂଚିଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ଏହା ଉପରେ ଏକ ବଡ଼ ସୀତାରମଣଙ୍କ କରିଛନ୍ତି , ଶନିବାର କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ କୋରୋନା ରେ ଚାକିରି ହରାଇଥିବା ଲୋକଙ୍କ PF ଅର୍ଥରାଶି ସରକାର ପ୍ରଦାନ କରିବେ। EPFO ଆକାଉଣ୍ଟ ଧାରୀ ଙ୍କ ପିଫ ଆକାଉଣ୍ଟରେ ସରକାର ୨୦୨୨ ଯାଏଁ ଏହି ଅର୍ଥରାଶି ଜମା କରିବେ। ତେବେ ଏହି ସୁବିଧାର ଲାଭ ଉଠାଇବା ପାଇଁ ଆପଣ EPFO ରେ ଆଗୁଆ ପଞ୍ଜିକୃତ ହୋଇଥିବା ଆବଶ୍ୟକ।
ନୂତନ ନିଯୁକ୍ତି ସୃଷ୍ଟି କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ମନରେଗା’ ବଜେଟ୍ ରେ ଅଭିବୃଦ୍ଧି କରାଯାଇଛି। ପୂର୍ବରୁ ୬୦ ହଜାର କୋଟି ବ୍ୟୟ ବରାଦ କରାଯାଇଥିବା ବେଳେ ବର୍ତ୍ତମାନ ଏହାକୁ ବଢାଇ ୧ଲକ୍ଷ କୋଟି କରାଯାଇଛି। ସେହିପରି EPFO ଆକାଉଣ୍ଟ ପାଇଁ କର୍ମଚାରୀଙ୍କ ସହିତ କମ୍ପାନୀର ଶେୟାର ମଧ୍ୟ କେନ୍ଦ୍ର ସରକାର ବହନ କରିବେ। ମାତ୍ର କମ୍ପାନୀ ପଞ୍ଜିକୃତ ହୋଇଥିବା ଆବଶ୍ୟକ ବୋଲି ସୀତା ରମଣ ସ୍ପଷ୍ଟ କରିଛନ୍ତି। ମୋଦୀ ସରକାର ‘ଏମଏସଏମଇ’ କୁ ଅଧିକ ଗୁରୁତ୍ଵ ଦେଉଛନ୍ତି ବୋଲି ନିର୍ମଳା କହିଛନ୍ତି।ବିଗତ ଦୁଇ ବର୍ଷ ମଧ୍ୟରେ ‘ଏମଏସଏମଇ’ କ୍ଷେତ୍ରରେ ଉନ୍ନତି କରିଥିବା ବେଳେ ବର୍ତ୍ତମାନ ଏହା ଶ୍ରେଷ୍ଠ ସ୍ଥାନରେ ରହିଛି। ଚଳିତ ମୌସୁମୀ ଅଧିବେଶନରେ ଗୃହରେ ପାରିତ ହୋଇଥିବା ବିଧେୟକ ‘ଏମଏସଏମଇ’କୁ ଆହୁରି ସଶକ୍ତ କରିବ ବୋଲି ସୀତାରମଣ କହିଛନ୍ତି।

Leave A Reply

Your email address will not be published.