ମୃତ୍ୟୁ ପରେ ବି ଅମର : କ୍ୟାପିଟାଲ ହସ୍ପିଟାଲରେ ରାଇମୋହନ ଙ୍କ ଚକ୍ଷୁଦାନ କଲେ ପରିବାର ଲୋକ

26

ମୃତ୍ୟୁ ପରେ ବି ଆମର ରହିବେ ବରିଷ୍ଠ ଓଡ଼ିଆ ସିନେ ଅଭିନେତା ରାଇମୋହନ ପରିଡା I ଆଜି ସକାଳେ ରାଇମୋହନ ଙ୍କ ଆତ୍ମହତ୍ୟା ଘଟଣା ଓଡ଼ିଆ ସିନେ ଜଗତ ତଥା ତାଙ୍କ ଶୁଭେଛୁ ମାନଙ୍କୁ ସ୍ତବ୍ଧ କରିଦେଇଥିଲା I ତେବେ ରାଇମୋହନଙ୍କ ମୃତ୍ୟୁ ପରେ କ୍ୟାପିଟାଲ ହସ୍ପିଟାଲ ରେ ତାଙ୍କ ଦୁଇ ଆଖି ଦାନ କରିଛନ୍ତି ପରିବାର ଲୋକେ । ଏବେ ରାଇଙ୍କ ଦୁଇ ଆଖି ପୁଣିଥରେ ଦୁନିଆ ଦେଖିବ। କୌଣସି ଦୃଷ୍ଟିହୀନ ଲୋକ ତାଙ୍କ ଆଖିରେ ଦୁନିଆ ଦେଖି ପାରିବ। ଯାହା ଦ୍ବାରା ମୃତ୍ୟୁ ପରେ ମଧ୍ୟ ଅମର ହୋଇ ରହିବେ ରାଇମୋହନ। ତାଙ୍କ ଦୁଇ ଆଖି ପୁଣିଥରେ ଦୁନିଆ ଦେଖିବ।

ଶୁକ୍ରବାର ପୂର୍ବାହ୍ନ ସମୟରେ ରାଇମୋହନ ପଳାଶୁଣୀ ପ୍ରIଚୀବିହାର ସ୍ଥିତ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏହାପରେ ତାଙ୍କ ମରଶରୀରକୁ ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କ ପରିବାର ଲୋକ ରାଇଙ୍କ ଦୁଇ ଆଖି ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଯେଉଁ ନାଲି ନାଲି ଆଖିକୁ ଦେଖି, ଦିନେ ଦର୍ଶକ ଭୟରେ ଥରୁଥିଲେ । ଯେଉଁ ଆଖିକୁ ଦେଖି ଦର୍ଶକ ତାଙ୍କ ଅଭିନୟରେ ମତୁଆଲା ହେଉଥିଲେ । ରାଇମୋହନଙ୍କ ସେଇ ଆଖି ତାଙ୍କ ମୃତ୍ୟୁ ପରେ ବି ଜୀବିତ ରହିବ।
ରାଇମୋହନ ଙ୍କ ବିୟୋଗରେ ଓଡିଆ ଚଳଚ୍ଚିତ୍ର ଶିଳ୍ପ ଅପୂରଣୀୟ କ୍ଷତି ସହିଛି। ସେ ୧୦୦ରୁ ଅଧିକ ଓଡିଆ ଫିଲ୍ମରେ କାମ କରିଥିବା ବେଳେ ପାଖାପାଖି ୧୫ଟି ବଙ୍ଗାଳୀ ଫିଲ୍ମରେ ନିଜ ଅଭିନୟ କଳା ଦେଖେଇଛନ୍ତି।

Comments are closed, but trackbacks and pingbacks are open.