ରାଣୀହାଟ ହାଇସ୍କୁଲରେ ରଚନା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଉଦଯାପିତ

118

ଭୁବନେଶ୍ବର: ସେଭେନ୍ ଷ୍ଟାର୍ କ୍ଳବ୍ ଦ୍ଵାରା ଆୟୋଜିତ ରାଣୀହାଟ ହାଇ ସ୍କୁଲରେ ରଚନା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଚଳିତ ମାସ ୧୦ ତାରିଖ ପୂର୍ବାହ୍ନ ନବଘନ ଜେନା ଜନ୍ମ ଶତ ବାର୍ଷିକୀ କମିଟି ଓ ରାଣୀହାଟ ହାଇସ୍କୁଲ ଶତ ବାର୍ଷିକୀ କମିଟିର ମିଳିତ ସହଯୋଗରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ମଧ୍ୟରେ ରଚନା ଓ ଡ୍ରଇଂ ପ୍ରତିଯୋଗିତା ଶେଷ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାରେ ସମାହିତ ହେବା ଦିଗରେ ଚେୟାରମ୍ୟାନ ରାଜକିଶୋର ବେହେରା, ସଭାପତି ଡ଼: ବିଶ୍ଵମୋହନ ଜେନା, ଉପସଭାପତି ସୋମନାଥ ମହାକୁଡ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ବଣ୍ଟନ କରିଥିଲେ । ସର୍ବୋପରି ସେଭନ୍ ଷ୍ଟାର୍ କ୍ଳବର ସମ୍ପାଦକ ସମ୍ପଦ ବେହେରା ତାଙ୍କ କ୍ଲବ ସହଯୋଗୀମାନଙ୍କ ସହିତ ଯଥା: ସୁକଲ୍ୟାଣି ଜେନା, ତରୁଣ ସିହ୍ନା, ତୁଷାର ମଞ୍ଜରୀ ରାଜ, ନୀଳମଣି ବେଜ୍, ଜୟଲକ୍ଷ୍ମୀ ଜେନା, ଜୟଶ୍ରୀ ବେଜ, ଯାଜ୍ଞସସେନୀ ସାହୁ, ପ୍ରତୀକ୍ଷା ଜେନା, ବିଶ୍ୱଜିତ୍ ଭୋଇ, ୟଶକାନ୍ତ ରାଜ, ସୋଜାଲିନ୍ ପାଣି, ଇତିଶ୍ରୀ ପ୍ରିୟଦର୍ଶିନୀ, ସୋମେଶ ଜେନା, ପ୍ରିୟଙ୍କା ପ୍ରିୟଦର୍ଶିନୀ,ସ୍ବରାଜ ଜେନାଓ ସୂର୍ଯ୍ୟ ପ୍ରକାଶ ଦାସ ସହାୟତା କରିଥିଲେ । ରାଣୀହାଟ ହାଇସ୍କୁଲର ଶତ ବାର୍ଷିକୀ କମିଟିର ମିତାଲି ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ଛାଟୋଇ ଓ ବିଷ୍ଟ୍ନୁପ୍ରିୟା ଦାସ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.