ବାଲେଶ୍ୱରରେ ହେବ ୧୦୦ ବେଡ ବିଶିଷ୍ଟ ଇଏସଆଇସି ହସ୍ପିଟାଲ ପ୍ରତିଷ୍ଠା

25

ବାଲେଶ୍ୱରରେ ୧୦୦ ବେଡ ବିଶିଷ୍ଟ ଇଏସଆଇସି ହସ୍ପିଟାଲ ପ୍ରତିଷ୍ଠା ପ୍ରସ୍ତାବକୁ ଅନୁମୋଦନ ମିଳିଛି। କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପିନ୍ଦର ଯାଦବ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି। ଦେଶର ୭ଟି ରାଜ୍ୟରେ ୭ଟି ଇଏସଆଇସି ହସ୍ପିଟାଲ ପ୍ରତିଷ୍ଠା ହେବ ସେଥିମଧ୍ୟରୁ ବାଲେଶ୍ବର ଅନ୍ୟତମ। ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ଶ୍ରମିକଙ୍କ ସଂଖ୍ୟାକୁ ବୃଦ୍ଧିକୁ ବିଚାରକୁ ନେଇ ସୋମବାର କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିବା ସୂଚନା ରହିଛି।

ଇଏସଆଇସି ଓଡ଼ିଶା ନିର୍ଦ୍ଦେଶକ ପାର୍ଥସାରଥୀ ପଣ୍ଡା କହିଛନ୍ତି, ବାଲେଶ୍ୱରର ଇଏସ୍ଆଇ ହିତାଧିକାରୀମାନେ ଚୌଦ୍ୱାରସ୍ଥିତ ଇଏସ୍ଆଇ ହସ୍ପିଟାଲକୁ ଯିବା ଆସିବା କରନ୍ତି। ବାଲେଶ୍ୱରରେ ଇଏସ୍ଆଇସି ହସ୍ପିଟାଲ ପ୍ରତିଷ୍ଠା ହେବା ପରେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି। ହସ୍ପିଟାଲ ପାଇଁ ୫ ଏକର ଜମି ଯୋଗାଇ ଦେବାକୁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଚିଠି ଲେଖାଯିବ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଆମେ ଜମି ଯାଞ୍ଚ କରି ଅନୁମୋଦନ ଦେବୁ।

ଏବେ ଓଡ଼ିଶାରେ ଛଅଟି ଇଏସ୍ଆଇସି ହସ୍ପିଟାଲ ରହିଛି। ଇଏସ୍ଆଇସି ସିଧାସଳଖ ଅନୁଗୁଳରେ ୧୦୦ ବେଡ ବିଶିଷ୍ଟ ହସ୍ପିଟାଲ ଓ ରାଉରକେଲାରେ ୫୦ ବେଡ ବିଶିଷ୍ଟ ହସ୍ପିଟାଲ ପରିଚାଳନା କରୁଛି। ସେହିପରି ଭୁବନେଶ୍ୱରରେ ମେ’ ଫେୟାର ଏବଂ ଟ୍ରାଇଡେଣ୍ଟ ହୋଟେଲ ନିକଟରେ ଏକ ଇଏସଆଇସି ହସ୍ପିଟାଲ ରହିଛି।

Comments are closed, but trackbacks and pingbacks are open.