କିମ୍‌ସ କ୍ୟାଥୋଲାବ୍‌ରେ ୫ଶହ ଅତିକ୍ରମ କଲା ଇପିଏସ୍ ଓ ଆର୍‌ଏଫ୍‌ଏ

429

ଭୁବନେଶ୍ୱର,୨୮ ।୯: ଓଡ଼ିଶାର ପ୍ରମୁଖ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ କିମ୍‌ସର କ୍ୟାଥୋଲାବ୍‌ରେ ଇଲେକ୍ଟ୍ରୋ ଫିଜିଓଲୋଜି ଷ୍ଟଡ଼ିଜ୍ ଓ ରେଡିଓ ଫ୍ରିକ୍ୱେନ୍‌ସୀ ଆବ୍ଲାସନ (ଇପିଏସ୍ ଓ ଆରଏଫ୍‌ଏ) ପଦ୍ଧତିରେ ଚିକିତ୍ସା କରାଯାଇ ୫ଶହରୁ ଅଧିକ ରୋଗୀଙ୍କ ଜୀବନ ବଂଚାଯାଇପାରିଛି । ବିଶେଷ କରି ଅସ୍ୱାଭାବିକ ହୃଦ୍‌ସ୍ପନ୍ଦନକୁ ନିୟନ୍ତ୍ରଣକୁ ଆଣିବାରେ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି କିମ୍‌ସକୁ ଓଡ଼ିଶା ତଥା ସମଗ୍ର ପୂର୍ବାଂଚଳରେ ଅଗ୍ରଣୀ ଡାକ୍ତରଖାନା ଭାବରେ ଅବସ୍ଥାପିତ କରିଛି । 

ପ୍ରଥମେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ କ୍ରମେ ୨୦୧୭ରେ କିମ୍‌ସରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତାପରଠାରୁ ଏହି ବିଭାଗ କ୍ରମାଗତ ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରରେ ପରିଣତ ହୋଇଛି । ବିଶିଷ୍ଟ ହୃଦ୍‌ଶଲ୍ୟ ବିଶେଷଜ୍ଞ ଡାକ୍ତର ଅନୁପମ ଜେନା ଏବଂ କିମ୍‌ସ ଅନ୍ୟାନ୍ୟ ବିଶେଷଜ୍ଞ, ଡାକ୍ତର ଏବଂ ଟେକ୍ନିସିଆନ୍‌ଙ୍କ ନିଷ୍ଠା ଓ ଦକ୍ଷତା ଯୋଗୁଁ ଅତ୍ୟନ୍ତ ସଫଳତାର ସହ ଏଠାରେ ରୋଗୀ ଚିକିତ୍ସା ଆଗେଇ ଚାଲିଛି । ଏହି ପ୍ରକ୍ରୟା ଆରମ୍ଭ କରିବା ପାଇଁ ଡା. ଜେନା କୋରିଆରେ ବିଶେଷ ପ୍ରଶିକ୍ଷଣ ନେଇଛନ୍ତି । କିମ୍‌ସରେ ଏହି ପଦ୍ଧତିରେ ଚିକିତ୍ସା ଆରମ୍ଭ ହେବା ପରେ ଇପିଏସ୍ ଓ ଆରଏଫଏ ପାଇଁ ରୋଗୀମାନଙ୍କୁ ଆଉ ଅନ୍ୟ ରାଜ୍ୟକୁ ଯିବାକୁ ପଡୁନାହିଁ ।

ହୃଦ୍‌ରୋଗ ବିଭାଗର ଏହି ସଫଳତା ପାଇଁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସମାନ୍ତ ଏହି ବିଭାଗୀୟ ସମସ୍ତ ବିଶେଷଜ୍ଞ ଡାକ୍ତର ଏବଂ ଉତ୍ସର୍ଗୀକୃତ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୫ଶହ ରୋଗୀ ସେବା ଅତିକ୍ରମ କରିବା ପରିପ୍ରେକ୍ଷୀରେ ଆଜି ମେଡିକାଲ ଅଧୀକ୍ଷକ ପ୍ରଫେସର ରାମଚନ୍ଦ୍ର ଦାସ, କାର୍ଡିଓଲୋଜି ଓ କାର୍ଡିଓଥୋରାସିକ୍ ଆଣ୍ଡ ଭାସ୍କୁଲାର ସର୍ଜରୀ ବିଭାଗ (ସିଟିଭିଏସ୍‌)ର ଡାକ୍ତରମାନେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରିଥିଲେ ।

Comments are closed, but trackbacks and pingbacks are open.