ଅକ୍ଷୟ ତୃତୀୟା ଅବସରରେ ବିଜେଡିର ଗୃହ ପ୍ରବେଶ

23

ଆଜି ଅକ୍ଷୟ ତୃତୀୟା ଅବସରରେ ବିଜେଡିର ଗୃହ ପ୍ରବେଶ। ଉଦ୍‌ଘାଟନ ହେଲା ଦଳର ସ୍ଥାୟୀ କାର୍ଯ୍ୟାଳୟ ଶଙ୍ଖ ଭବନ। ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଦଳର ସ୍ଥାୟୀ କାର୍ଯ୍ୟାଳୟ ଶଙ୍ଖ ଭବନକୁ  ଉଦଘାଟନ କରିଛନ୍ତି।

ଅଢ଼େଇ ଏକର ଜାଗାରେ ନିର୍ମିତ ହୋଇଛି ଏହି ୩ ମହଲା ବିଶିଷ୍ଟ ଶଙ୍ଖ ଭବନ। ଏଥିରେ ବିଜେଡିର ସବୁ ଶାଖାର କାର୍ଯ୍ୟାଳୟ ରହିବା ସହିତ ସମ୍ମିଳନୀ ଗୃହ, ଥିଏଟର୍, ଅଡିଟୋରିୟମ୍ ସୁବିଧା ରହିଛି। କାର୍ଯ୍ୟାଳୟର ଦ୍ୱିତୀୟ ମହଲାରେ ସଭାପତି ନବୀନ ପଟ୍ଟନାୟକଙ୍କ ଅଫିସ୍ ରହିଛି। ସେହିପରି କାର୍ଯ୍ୟାଳୟ ସାମ୍ନାରେ ବିଜେଡି ଚିହ୍ନ ଶଙ୍ଖର ଏକ ପ୍ରତିମୂର୍ତ୍ତୀ ନିର୍ମାଣ କରାଯାଇଛି।

ଉଦଘାଟନୀ ଉତ୍ସବରେ ବିଧାୟକ, ସାଂସଦ, ପର୍ଯ୍ୟବେକ୍ଷକ, ଜିଲ୍ଲା ପରିଷଦ ସଭାପତି, ବ୍ଲକ୍ ସଭାପତି ଆଦି ସମସ୍ତେ ଉପସ୍ଥିତ ରହିଥିଲେ।

Comments are closed, but trackbacks and pingbacks are open.