ଭୁବନେଶ୍ବର: ରଥଯାତ୍ରାରେ ମା ଲକ୍ଷ୍ମୀଙ୍କ ପ୍ରଭୃ ଜଗନ୍ନାଥ ନ ନେବାରୁ ମା ଲକ୍ଷ୍ମୀ ରାଗିଲେ। ଗତକାଲି ମଧ୍ୟ ରାତ୍ରରେ ଶ୍ରୀମନ୍ଦିର ଛାଡି ଗୁଣ୍ଡିଚା ମନ୍ଦିର ଆସିଥିଲେ। ଆଉ ସାମନାରେ ଥିବା ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଭାଙ୍ଗିଦେଲେ। ଏହା ଥିଲା ଜଗନ୍ନାଥ ସଂସ୍କୃତିର ଅନ୍ୟତମ ପରଂପରା ହେରାପଞ୍ଚମୀ। ଏହି ଦିନ ରାଗରେ ମା ଲକ୍ଷ୍ମୀ ନନ୍ଦିଘୋଷ ରଥ ଭାଙ୍ଗିବାର ବିଧି ରହିଛି। ଏହି ଉପଲକ୍ଷେ ଗତକାଲି ବିଳମ୍ବିତ ରାତିରେ ପରଂପରା ଅନୁସାରେ ମା ଲକ୍ଷ୍ମୀଙ୍କ ସେବାୟତମାନେ ମାଙ୍କୁ ମାଜଣା କରି ବିଭିନ୍ନ ନୀତି କରି ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଆଣିଥିଲେ। ସେଠାରେ ବିଭିନ୍ନ ନୀତି ପରେ ନନ୍ଦିଘୋଷର ଏକ କାଠକୁ ମା ଲକ୍ଷ୍ମୀ ଭାଙ୍ଗିଥିଲେ। ଏହାପରେ ପ୍ରଭୃ ଜଗନ୍ନାଥଙ୍କ ଆଜ୍ଞାମାଳ ଆସିବା ପରେ ମା ହେରା ଗୋହିରୀ ବାଟେ ଶ୍ରୀମନ୍ଦିରକୁ ଫେରିଥିଲେ।
Comments are closed, but trackbacks and pingbacks are open.