୯୭ ଲକ୍ଷ ଟଙ୍କା ହଡପ ,ଇଞ୍ଜିନିୟରିଂ କଲେଜ ଲେଡି ଆକାଉଟାଣ୍ଟ ଗିରଫ

21

କଲେଜ ଟଙ୍କା କୁ ଖାଇ ଖୋଳ କରିଦେଲେ ଲେଡି ଆକାଉଟାଣ୍ଟ I ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଏକା ଥରକେ ୯୭ ଲକ୍ଷ ଟଙ୍କା କୁ ଚଞ୍ଚକତା କରି ନିଜ ପ୍ରେମିକ ଙ୍କ ଆକାଉଣ୍ଟକୁ ପଠାଇ ବନ୍ଧା ହେଲା ଲେଡି ଆକାଉଟାଣ୍ଟ ପ୍ରେମିକା । ଘଟଣା ଘଟିଛି ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ସ୍ଥିତ ସିଭି ରମଣ ଇଂଜିନିୟରିଂ କଲେଜରେ I ପ୍ରାୟ ବର୍ଷକ ଭିତରେ ପିଲାମାନଙ୍କ ଆଡ଼ମିସନ ପଇସାକୁ ପାଖାପାଖି ୯୭ ଲକ୍ଷ ଟଙ୍କା ଫୋନ୍ ପେ’ ଜରିଆରେ ପଠାଇଥିଲେ ଉକ୍ତ ଲେଡି ଆକାଉଟାଣ୍ଟ । କଲେଜ ପକ୍ଷରୁ ଅଡିଟ ସମୟରେ ଏହି ଟଙ୍କା ହଡପ ବିଷୟରେ ଜଣାପଡିଥିଲା I ତେବେ ଟଙ୍କା ଗାଏବ ନେଇ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ କଲେଜ କର୍ତ୍ତୁପକ୍ଷ ।ଏହାପରେ ବିଧି ବଦ୍ଧ ଅନୁସନ୍ଧାନ କରି ଏହି ଲେଡି ଆକାଉଟାଣ୍ଟ କୁ ବାନ୍ଧିଛି କମିଶନରେଟ୍ ପୋଲିସ୍ । ତାଙ୍କ ପ୍ରେମିକ ଜଣକ ହେଉଛନ୍ତି ସେହି କଲେଜ ର ଜଣେ ପୂର୍ବତନ ଛାତ୍ର I ସେ ବର୍ତ୍ତମାନ ଝାରଖଣ୍ଡ ରେ ରହୁଛନ୍ତି I ଉକ୍ତ ପ୍ରେମିକ ଛାତ୍ରଙ୍କୁ ଧରିବାକୁ ଝାରଖଣ୍ଡକୁ ସ୍ୱତନ୍ତ୍ର ପୋଲିସ ଟିମ୍ ପଠାଇଛି।

Comments are closed, but trackbacks and pingbacks are open.