ଭୁବନେଶ୍ୱର: ବିଏମସି ପକ୍ଷରୁ ପୁରୁଣା ଭୁବନେଶ୍ୱରରେ ଆୟୋଜିତ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଣିକି ଅଳିଆରୁ ପ୍ରସ୍ତୁତ ହେବ ଏନର୍ଜି, ନିର୍ମାଣ ହେବ ପ୍ଲାଣ୍ଟ । ଏହାସହ ସ୍ୱଚ୍ଛ ସର୍ବେକ୍ଷଣରେ ଭୁବନେଶ୍ୱରକୁ କିଭଳି ଏକ ନମ୍ବର ମାନ୍ୟତା ମିଳିବ ସେ ଦିଗରେ ଭୁବନେଶ୍ୱର ମହାନଗର ନିଗମ ଆହୁରି ତତ୍ପର ହୋଇ କାମ କରିବାର ଆବଶ୍ୟକତା କହିଛନ୍ତି। ବିଏମ୍ସି ଅଞ୍ଚଳରୁ ପ୍ରତିଦିନ ୮୦୦ ଟନ୍ ଅଳିଆ ବାହାରୁଛି। ୪ ସହ ଟନ୍ ଓଦା ଏବଂ ୩୯୦ ଟନ୍ ପାଖାପାଖି ଶୁଖିଲା ଅଳିଆ ବାହାରୁଛି। ଯାହାକୁ ନେଇ ଏନର୍ଜି ପ୍ଲାଣ୍ଟ, ବାୟୋଗ୍ୟାସ କମ୍ପୋଷ୍ଟିଙ୍ଗ ପ୍ଲାଣ୍ଟ ନିର୍ମାଣ ପାଇଁ ଚିନ୍ତା କରାଯାଉଛି। ବାୟୋଗ୍ୟାସ କମ୍ପୋଷ୍ଟିଙ୍ଗ ପ୍ଲାଣ୍ଟ ପାଇଁ ଟେଣ୍ଡର ସରିଛି। ପଳାଶୁଣୀରେ ନିର୍ମାଣ ହେବ ୱେଷ୍ଟ ଟୁ ବ୍ରିକେଟ ବା ଚାରକୋଲ ପ୍ଲାଣ୍ଟ। ଅଳିଆକୁ ନେଇ ବିଭିନ୍ନ ପଦ୍ଧତିରେ ଡି-ସେଣ୍ଟ୍ରାଲାଇଜଡ କରିବା ପାଇଁ ସ୍ୱତନ୍ତ୍ର ଭାବେ SHG ମହିଳାଙ୍କୁ ଟ୍ରେନିଂ ଦିଆଯାଇଛି । ୱଷ୍ଟେ ଟୁ ବ୍ରିକେଟ ବା ଚାରକୋଲ ପ୍ଲାଣ୍ଟ ପାଇଁ ଗୋଟିଏ ପ୍ରିଲିମିନାରୀ ଆଲୋଚନା ସରିଛି । ପଳାଶୁଣୀରେ ଏହି ପ୍ଲାଣ୍ଟ ନିର୍ମାଣ ହେବ । ନିଷ୍ପତିର ୬ ମାସ ମଧ୍ୟରେ ପ୍ଲାଣ୍ଟ କାମ ସାରିବାକୁ ଲକ୍ଷ୍ୟ ରହିଛି । ଭୁବନେଶ୍ୱର, କଟକ, ପୁରୀ, ଜଟଣୀ ଭଳି ପ୍ରମୁଖ ମୁନିସିପାଲିଟିରୁ ବାହାରୁ ଥିବା ସମସ୍ତ ଅଳିଆକୁ ଗୋଟିଏ ଜାଗାରେ ପ୍ରୋସେସ୍ କରିବାରର ଯୋଜନା ରହିଛି ।
Comments are closed, but trackbacks and pingbacks are open.