ବର୍ଷର ଶେଷ ସୂର୍ଯ୍ୟପରାଗ: ଦିଲ୍ଲୀ, ଲକ୍ଷ୍ନୌ ସମେତ ବହୁ ସହରରେ ଦେଖିବାକୁ ମିଳିଲା

32

ନୂଆଦିଲ୍ଲୀ: ବର୍ଷର ଅନ୍ତିମ ସୂର୍ଯ୍ୟ ପରାଗ ଶେଷ ହୋଇଛି । ଏହି ଆଂଶିକ ସୂର୍ଯ୍ୟ ପରାଗ ୟୁରୋପ, ଉତ୍ତର-ପୂର୍ବ ଆଫ୍ରିକା ଏବଂ ପଶ୍ଚିମ ଏସିଆର କେତେକ ଅଂଶରେ ଦେଖିବାକୁ ମିଳିଛି । ଭାରତରେ ଏହି ଆଂଶିକ ସୂର୍ଯ୍ୟ ପରାଗ ନୂଆଦିଲ୍ଲୀ, ବେଙ୍ଗାଲୁରୁ, କୋଲ୍‌କାତା, ଚେନ୍ନାଇ, ଉଜୈନ୍‌, ବାରାଣସୀ, ମଥୁରା, ପ୍ରୟାଗରାଜ, ଲକ୍ଷ୍ନୌ, ହାଇଦ୍ରାବାଦ, ପୁଣେ, ଭୋପାଳ, ଚଣ୍ଡିଗଡ଼, ନାଗପୁରରେ ଦେଖିବାକୁ ମିଳିଛି । ଭାରତରେ ଏହି ପରାଗର ମୋଟ ସମୟ ପ୍ରାୟ ଏକ ଘଣ୍ଟା ୪୦ ମିନିଟ୍ ଥିଲା । ଏହି ସୂର୍ଯ୍ୟ ପରାଗ ଭାରତୀୟ ସମୟାନୁସାରେ ଅପରାହ୍ଣ ୨ଟା ୨୯ ମିନିଟ୍‌ରେ ଆଇସ୍‌ଲାଣ୍ଡରେ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୨୦ ମିନିଟ୍‌ରେ ଆରବ ସାଗରେ ଶେଷ ହୋଇଥିଲା । ଭାରତରେ ଏହା ଅପରାହ୍ଣ ପ୍ରାୟ ୪ଟା ୨୯ ମିନିଟ୍‌ରେ ଆରମ୍ଭ ହୋଇ ୬ଟା ୯ ମିନିଟ୍‌ରେ ସରିଥିଲା । ଦେଶର କେତେକ ସ୍ଥାନକୁ ଛାଡ଼ିଦେଲେ ପ୍ରାୟ ଅଧିକାଂଶ ଅଞ୍ଚଳରେ ଏହା ଦେଖାଦେଇଥିଲା । ସୂର୍ଯ୍ୟ ପରାଗ କାରଣରୁ ବିଶ୍ୱର ସମସ୍ତ ମନ୍ଦିର ବନ୍ଦ ରଖାଯାଇଥିଲା । ଆସ୍ଥା ଅନୁସାରେ ପରାଗ ଛାଡ଼ିବା ପରେ ଶ୍ରଦ୍ଧାଳୁମାନେ ପବିତ୍ର ନଦୀରେ ବୁଡ଼ ପକାଇ ବିଭିନ୍ନ ମନ୍ଦିରରେ ଭଗବାନଙ୍କ ଦର୍ଶନ କରିଥିଲେ । ଏହା ବର୍ଷର ଶେଷ ସୂର୍ଯ୍ୟ ପରାଗ ହୋଇଥିବା ବେଳେ ୨୦୨୭ ଅଗଷ୍ଟ ୨ ତାରିଖରେ ଭାରତରେ ପରବର୍ତ୍ତୀ ସୂର୍ଯ୍ୟ ପରାଗ ଦେଖିବାକୁ ମିଳିବ । ଏହାପରେ ଚଳିତ ବର୍ଷ ନଭେମ୍ବର ୮ ତାରିଖରେ ବର୍ଷର ଅନ୍ତିମ ଚନ୍ଦ୍ରଗ୍ରହଣ ହେବ ।

Comments are closed, but trackbacks and pingbacks are open.