ଯୋଗୀ ସରକାରଙ୍କ ଏନକାଉଣ୍ଟର: ୬ ବର୍ଷରେ ୧୮୬…

29

 ଉତ୍ତରପ୍ରଦେଶରେ ଏନକାଉଣ୍ଟର ସଂସ୍କୃତିକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ କୁହାଯାଇଛି ୨୦୧୭ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରରେ ଗତ ୬ ବର୍ଶରେ ରାଜ୍ୟରେ ମୋଟ ୧୮୬ ଟି ଏନକାଉଣ୍ଟର ହୋଇଛି। ଅର୍ଥାତ ପ୍ରତି ୧୫ ଦିନରେ ପୋଲିସ ଏକ ଏନକାଉଣ୍ଟରରେ ଜଣେ ଅପରାଧୀଙ୍କୁ ହତ୍ୟା କରାଯାଇଛି।

ପୋଲିସର ରେକର୍ଡ ଯାଞ୍ଚ କରିବା ପରେ ନ୍ୟୁଜ୍‌ ଏଜେନ୍ସି ଦ୍ୱାରା ଏକ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୨୦୧୭ ଠାରୁ ଯେତେବେଳେ ଯୋଗୀ ଆଦିତ୍ୟନାଥ କାର୍ଯ୍ୟଭାର ଗ୍ରହଣ କରିଥିଲେ ଏବଂ ଆଜି ପର୍ଯ୍ୟନ୍ତ ରାଜ୍ୟରେ ଏହିୀ ସଂଖ୍ୟକ ଏନକାଉଣ୍ଟର ହୋଇଛି। ସେହିପରି ପୋଲିସ ଗୁଳିରେ ଆହତ ହୋଇଥିବା ଅପରାଧୀଙ୍କ ସଂଖ୍ୟା ,ହି ସମୟ ମଧ୍ୟରେ ୫,୦୪୬ ରହିଛି। ଅର୍ଥାତ ପ୍ରତି ୧୫ ଦିନରେ ୩୦ ରୁ ଅଧିକ ଅପରାଧୀଙ୍କୁ ଗୁଳି କରାଯାଇଛି।

ପୋଲିସ ଏନକାଉଣ୍ଟରରେ ନିହତ ହୋଇଥିବା ମୋଟ ୧୮୬ ପରାଧୀଙ୍କ ମଧ୍ୟରୁ ୯୬ଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଥିଲା। ପୋଲିସ ଅଧିକାରୀଙ୍କ ଅନୁଯାୟୀ, ୨୦୧୬ ରୁ ୨୦୨୨ ମଧ୍ୟରେ ରାଜ୍ୟରେ କ୍ରାଇମ ଗ୍ରାଫରେ ଦ୍ରୁତ ହ୍ରାସ ଘଟିଛି। ସରକାରୀ ତଥ୍ୟ ଅନୁଯାୟୀ, ଡକାୟତିରେ ୮୨ ପ୍ରତିଶତ ହ୍ରାସ ଏବଂ ହତ୍ୟାରେ ୩୭ ପ୍ରତଶତ ହ୍ରାସ ଘଟିଛି। ଲୋକେ ଏନକାଉଣ୍ଟରକୁ ଏହାର କାରଣ ବୋଲି ଭାବୁଛନ୍ତି ।

ଉତ୍ତରପ୍ରଦେଶର ସ୍ବତନ୍ତ୍ର ଡିଜି ଆଇନ ଏବଂ ଆଦେଶ ପ୍ରଶାନ୍ତ କୁମାର କହିଛନ୍ତି ଜଘନ୍ୟ ଅପରାଧକୁ ନିୟନ୍ତ୍ରଣ କରିବା କିମ୍ବା ଦୁଷ୍ଟ ଅପରାଧୀଙ୍କୁ ପୁନଃନିୟନ୍ତ୍ରଣ କରିବା କେବେ ମଧ୍ୟ ପୋଲିସର ଏନକାଉଣ୍ଟରର ଏକ ଅଂଶ ନୁହେଁ।

ଏହି ରିପୋର୍ଟରେ କୁହାଯାଇଛି ଅଧିକାଂଶ ଏନକାଉଣ୍ଟର ମାମଲାରେ କୌଣସି ପ୍ରଶ୍ନ ପଚରାଯାଇ ନ ଥିଲା କିମ୍ବା କୌଣସି ବିବାଦ ଉପୁଜି ନ ଥିଲା। ରେକର୍ଡ ଅନୁଯାୟୀ, ୧୬୧ ଏନକାଉଣ୍ଟର ବିନା ଆପତ୍ତିରେ ସମାଧାନ ହୋଇଥିଲା୧ ଅବଶିଷ୍ଟ ୨୫ ରେ ତଦନ୍ତ ବିଚାରାଧୀନ ରହିଛି।

ରିପୋର୍ଟ ଅନୁଯାୟୀ, ମିରଟ ଜୋନ ଅଧୀନରେ ଥିବା ଜିଲାମାନଙ୍କରେ ଏହି ଅପରାଧୀଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ଅର୍ଥାତ ୬୫ ଜଣଙ୍କୁ ପୋଲିସ ଗୁଳି କରି ହତ୍ୟା କରିଥିଲା। ବାରାଣସୀ ଏବଂ ଆଗ୍ରା ଜୋନରେ ଯଥାକ୍ରମେ ୨୦ ଏବଂ ୧୪ ଟି ଏନକାଉଣ୍ଟର ହୋଇଥିଲା। ସେହିପରି ପୋଲିସ ଗୁଳିରେ ମିରଟ ଜୋନରେ ୧,୭୫୨ ଜଣ ଅପରାଧୀ ଆହତ ହୋଇଥିଲେ।

ଗତ ୬ ବର୍ଷ ମଧ୍ୟରେ ଏନକାଉଣ୍ଟର ସମୟରେ କିମ୍ବା ଅପରାଧୀଙ୍କୁ ଧରିବା ସମୟରେ ଅନେକ ପୋଲିସ ମଧ୍ୟ ଶହୀଦ ହୋଇଥିଲେ। ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୨୦୧୭ ରୁ ଏପ୍ରିଲ ୨୦୨୩ପର୍ଯ୍ୟନ୍ତ ରାଜ୍ୟରେ ୧୩ ଜଣ ପୋଲିସ ଶହୀଦ ହୋଇଥିଲେ। ସେହିପରି ୧,୪୪୩ ଜଣ ଆହତ ହୋଇଥିଲେ।

Comments are closed, but trackbacks and pingbacks are open.