ଏଲୋନ୍ ମସ୍କଙ୍କ ବଡ ଘୋଷଣା: ଟ୍ୱିଟର ଡ଼ିଲ ଅଟକିଲା

30

ଅଟକିଲା ଟ୍ୱିଟର ଡ଼ିଲ I ଆମେରିକାର ବୈଦ୍ୟୁତିକ କାର କମ୍ପାନୀ ଟେସଲା ର ସିଇଓ ଏଲୋନ୍ ମସ୍କ ଟ୍ୱିଟ କରି କହିଛନ୍ତି ଯେ ନିକଟରେ ପ୍ରାୟ ୪୪ ବିଲିୟନ ଡଲାରରେ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ଅଧିଗ୍ରହଣ କିଛି ସମୟ ପାଇଁ ଅଟକିଛି I ମସ୍କ ଏହି ଡିଲକୁ ଅଟକାଇବାର କାରଣ ସ୍ପାମ ଏବଂ ନକଲି ଆକାଉଣ୍ଟ ବୋଲି କହିଛନ୍ତି I ଗତ ମାସରେ ମସ୍କ ୪୪ ଆରବ ଡଲାରରେ ଟ୍ୱିଟରକୁ କିଣିବା ପାଇଁ ଡିଲ କରିଥିଲେ । ଟ୍ୱିଟ କରି ସେ ଲେଖିଛନ୍ତି କିଛି ସମୟ ପାଇଁ ଟ୍ୱିଟର ଡିଲକୁ ରୋକାଯାଇଛି । ଟ୍ୱିଟର ଗୋଟିଏ ଫାଇଲିଙ୍ଗରେ ସୂଚନା ଦେଇଛି । ଗୋଟିଏ ପ୍ଲାଟଫର୍ମରେ ୫ ପ୍ରତିଶତ ସ୍ପାମ ବା ଫେକ ଆକାଉଣ୍ଟ ରହିଛି । ଏହି ସୋସିଆଲ ମିଡିଆ ଆକାଉଣ୍ଟରେ ୨୨.୯ କୋଟି ୟୁଜର୍ସ ରହିଛନ୍ତି ।

ମସ୍କ ଏହି ଘୋଷଣା କରିବା ପୂର୍ବରୁ ଟ୍ୱିଟର ଦୁଇଜଣ ବରିଷ୍ଠ ପରିଚାଳକଙ୍କୁ ଗୁରୁବାର ଦିନ ବରଖାସ୍ତ କରିଥିଲେ । ସିଇଓ ପରାଗ ଅଗ୍ରୱାଲ ଏହି ଦୁଇ ବରିଷ୍ଠ କର୍ମଚାରୀ ବ୍ରୁସ ଫାଲକ ଏବଂ କେଭନ୍ ବେକପୁରଙ୍କୁ ଇ-ମେଲ ଜରିଆରେ ଟ୍ୱିଟରରୁ ବରଖାସ୍ତ କରାଯିବା ସମ୍ପର୍କରେ ସୂଚନା ଦେଇଛନ୍ତି। ମେଲରେ କୁହାଯାଇଛି ଯେ କମ୍ପାନୀର ପରିବର୍ତ୍ତନ ଏବଂ ବଜେଟ ସମସ୍ୟା ହେତୁ ଏହି ନିଷ୍ପତ୍ତି ନିଆଁ ଯାଇଛି I

Comments are closed, but trackbacks and pingbacks are open.