ଏଲୋନ୍ ମସ୍କ ନିଜ ମୃତ୍ୟୁ କୁ ନେଇ ଟ୍ୱିଟ ପରେ ରାଗିଲେ ମା’ ରି-ଟ୍ୱିଟ ରେ ଲେଖିଲେ ଏମିତି

26

ଟେସଲା କମ୍ପାନୀର ସିଇଓ ଏଲୋନ୍ ମସ୍କ ଆଜି ନିଜ ମୃତ୍ୟୁ କୁ ନେଇ ଟ୍ୱିଟ କରି ସୋସିଆଲ ମିଡ଼ିଆ ର ଶିରୋନାମାରେ ରହିଛନ୍ତି । କିନ୍ତୁ, ତାଙ୍କ ମା ମାୟେ ମସ୍କ ଏହି ଟ୍ୱିଟକୁ ନା ପସନ୍ଦ କରି ରି ଟ୍ୱିଟ କରିଛନ୍ତି I

ଏଲନ୍ ମସ୍କ ଟ୍ବିଟ୍ କରିଥିଲେ ଯେ, ‘ଯଦି ମୁଁ ରହସ୍ୟମୟ ସ୍ଥିତିରେ ମରିଯାଏ ! ’ ତାଙ୍କର ଏହି ଟ୍ବିଟ୍ ପରେ ତାଙ୍କ ମା’ ରିପ୍ଲାଏ ଦେଇ ଲେଖିଥିଲେ, ‘ଏମିତି ମଜାକ ଭଲ ନୁହେଁ ।’ ଏଲନ୍ ମସ୍କ ପୁଣି ଲେଖିଥିଲେ, ‘କ୍ଷମା କରିବେ ! ମୁଁ ଜୀବିତ ରହିବାକୁ ପୁରା ଚେଷ୍ଟା କରିବି ।’

ଉଲ୍ଲେଖଯୋଗ୍ୟ ଯେ, ଏଲନ୍ ମସ୍କଙ୍କ ଏହି ଟ୍ବିଟ୍ ତାଙ୍କର ୯ କୋଟିରୁ ଅଧିକ ଫଲୋଅର୍ସଙ୍କ ମଧ୍ୟରେ ସୋସିଆଲ ମିଡିଆରେ ଆଲୋଡନ ସୃଷ୍ଟି କରିଛି । ଜଣେ ୟୁଜର ଟ୍ବିଟ୍ କରି ଲେଖିଛନ୍ତି, ‘ନା, ଆପଣ ମରିବେନାହିଁ । ବିଶ୍ବକୁ ଆପଣଙ୍କର ଆବଶ୍ୟକତା ଅଛି ।’ ଆଉ ଜଣେ ୟୁଜର ଲେଖିଛନ୍ତି, ‘ଆମକୁ ଆପଣଙ୍କ ରକ୍ଷା କରିବା ଉଚିତ । ମାନବ ସମାଜ ଆପଣଙ୍କ ଉପରେ ବିଶ୍ବାସ କରୁଛି ।’

ମସ୍କ ଙ୍କ ମୃତ୍ୟୁ ଜନିତ ପୋଷ୍ଟ ଏହା ପ୍ରଥମ ଘଟଣା ନୁହେଁ I ଚଳିତ ବର୍ଷ ମାର୍ଚ୍ଚରେ ସେ ଟୁଇଟ୍ କରି କହିଥିଲେ କି ମୃତ୍ୟୁ ତାଙ୍କ ପାଇଁ ଏକ ଆରାମ ହେବ। ଏହା ପୂର୍ବରୁ ଏକ ସାକ୍ଷାତକାରରେ ଏଲୋନ୍ ମସ୍କ କହିଥିଲେ ଯେ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବାନ ରହିବାକୁ ଚାହୁଁଛନ୍ତି।

Comments are closed, but trackbacks and pingbacks are open.