ବଢିବାର ଲାଗିଛି ହାତୀ ଉପଦ୍ରବ

47

ଢେଙ୍କାନାଳ: ମାତିଛନ୍ତି ହାତୀ ପଲ । ଢେଙ୍କାନାଳ ଭୁବନରେ ଦଶ ଟିକିଆ ହାତୀପଲ ଉପଦ୍ରବ କରୁଛନ୍ତି । ଭୁବନ ବନାଞ୍ଚଳ ଅନ୍ତର୍ଗତ ଗଡନୃସିହପ୍ରସାଦର ବାସୁଦେଇପୁର ଗାଁରେ ପଶିଛନ୍ତି ହାତୀ । ବାସୁଦେଇପୁର ଗ୍ରାମରେ ପଶି ପିତାମ୍ବର ପଲେଇଙ୍କ ଘର ଆଜବେଷ୍ଟ ଭାଙ୍ଗିଛନ୍ତି ।

ବାରଣ୍ଡାରେ ଧାନମଣ୍ଡି ପାଇିଁ ରଖିଥିବା ଦଶ କୁଇଣ୍ଟାଲ ଧାନ ଖାଇବା ସହ ଦଳିଚକଟି ନଷ୍ଟ କରିଥିବାବେଳେ ପଡୋଶୀ କାଳନ୍ଦି ଦାସଙ୍କ ମାଟିଘର ଭାଙ୍ଗିବାସହ ପରିବା ଫସଲ ନଷ୍ଟ କରିଛନ୍ତି । ସେହିପରି କାଠି ବିଶ୍ୱାଳଙ୍କ ଘର କାନ୍ଥ ଭାଙ୍ଗିଛନ୍ତି । ହାତୀକୁ ବିଦ୍ୟୁତ ତାର ଲାଗିଯିବାରୁ ଅଳ୍ପକେ ବର୍ତ୍ତିଗଲେ ବୋଲି କହିଛନ୍ତି ସାହିବାସିନ୍ଦା । ଏବେ ହାତୀପଲ ଧଳପଡା ସଂରକ୍ଷିତ ଜଙ୍ଗଲରେ ଥିବା ଜଣାପଡିଛି ।

ତେବେ ମାସେ ହେଲା ଭୁବନ ଅଞ୍ଚଳରେ ହାତୀଙ୍କ ଉପଦ୍ରବ ଜାରି ରହିଛି । ଭୁବନ ବନବିଭାଗ ହାତୀପଲଙ୍କୁ ଘଉଡାଇବାକୁ ଉଦ୍ୟମ ବିଫଳ ବୋଲି ଅଞ୍ଚଳବାସୀ କହିଛନ୍ତି । ଅଞ୍ଚଳରେ ହାତୀପଲ ଥିବାରୁ ଅଞ୍ଚଳବାସୀ ଭୟଭୀତ ଅଛନ୍ତି ।

Comments are closed, but trackbacks and pingbacks are open.