ରାଜ୍ୟରେ ଗଡିବ ବିଦ୍ୟୁତ ଚାଳିତ ଗାଡି : ଗାଡ଼ି ଓ ଯନ୍ତ୍ରାଂଶ ନିର୍ମାଣକୁ ଦିଆଯିବ ଗୁରୁତ୍ୱ

124

ଗାଡି ଠାରୁ ତେଲ ଅହେତୁକ ମୂଲ୍ୟ ବୃଦ୍ଧି ହେଲାଣି ତା ସହିତ ପୁଣି ପ୍ରଦୂଷଣ ଲାଗିରହିଛି Iରୋକିବାକୁ ଦିଲ୍ଲୀ ମଡେଲ ଆପଣାଇବ ଓଡ଼ିଶା । ରାଜ୍ୟରେ ବିଦ୍ୟୁତ ଚାଳିତ ଯାନ ଉପରେ ଗୁରୁତ୍ୱ ଦେଲେଣି ସରକାର । ବିଦ୍ୟୁତ ଚାଳିତ ଯାନ କିଣିବା ପାଇଁ ସରକାର ଦେବେ ପ୍ରୋତ୍ସାହନ ରାଶି । ଦୁଇ ଚକିଆ ଯାନ ପାଇଁ ୫ ହଜାର ଟଙ୍କାର ରିହାତି ଦିଆଯିବ । ସେହିପରି ତିନି ଚକିଆ ପାଇଁ ୧୨ ହଜାର ଓ ୪ ଚକିଆ ପାଇଁ ସର୍ବାଧିକ ୧ ଲକ୍ଷ ଟଙ୍କା ରିହାତି ମିଳିବ ।ସରକାରୀ ଅଫିସ୍ ଓ କମ୍ପାନୀ ବିଦ୍ୟୁତ ଚାଳିତ ଯାନ କିଣିଲେ ରିହାତି ଅଧିକ ମିଳିବ । ଖୁବ୍ ଶୀଘ୍ର ସରକାର ଏନେଇ ଘୋଷଣା କରିପାରନ୍ତି । ଏହା ସହ ରୋଡ୍ ଟ୍ୟାକ୍ସ ଓ ପଞ୍ଜିକରଣ ଫି ଛାଡ କରାଯାଇପାରେ । ବିଦ୍ୟୁତ ଚାଳିତ ଯାନ ନିର୍ମାଣକୁ ପ୍ରୋତ୍ସାହିତ କରାଯିବ । ବିଦ୍ୟୁତ ଚାଳିତ ଯାନର ଯନ୍ତ୍ରାଂଶ ଓ ବ୍ୟାଟେରୀ ପ୍ରସ୍ତୁତିକୁ ମଧ୍ୟ ପ୍ରୋତ୍ସାହିତ କରାଯିବ । ରାଜ୍ୟ ସରକାରୀ କର୍ମଚାରୀ ବିଦ୍ୟୁତ ଚାଳିତ ଯାନ କିଣିଲେ ଶତ ପ୍ରତିଶତ ସୁଧ ମୁକ୍ତ ଋଣ ପ୍ରଦାନ କରାଯିବ ।

Leave A Reply

Your email address will not be published.