ଓଡ଼ିଶାରେ ବୈଦ୍ୟୁତିକ ମୋଟର ଯାନ ନୀତି-୨୦୨୧ : ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଓ ଷ୍ଟିୟରିଂ କମିଟି ଗଠିତ

29

୨୦୨୫ ମସିହା ସୁଦ୍ଧା ଓଡ଼ିଶାରେ ୨୦ ପ୍ରତିଶତ ଇଲେକ୍ଟ୍ରିକ ଚାଳିତ ମୋଟରଯାନ ଚଳାଚଳ କରିବାକୁ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି । ଗତକାଲି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ବୈଦ୍ୟୁତିକ ମୋଟରଯାନ ନୀତି-୨୦୨୧କୁ କାର୍ଯ୍ୟକାରୀ କରିବା ନିମନ୍ତେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଗଠନ ହୋଇଥିବାବେଳେ ଏଥିରେ ମୋଟ ୧୦ଜଣ ସଦସ୍ୟ ରହିଛନ୍ତି । ସେହିପରି ପରିବହନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଷ୍ଟିୟରିଂ କମିଟି ଗଠନ ହୋଇଥିବାବେଳେ ସେଥିରେ ୧୩ଜଣ ସଦସ୍ୟ ଅଛନ୍ତି । ରାଜ୍ୟ କ୍ୟାବିନେଟରେ ଏହି ଓଡ଼ିଶା ବୈଦ୍ୟୁତିକ ମୋଟରଯାନ ନୀତିକୁ ମଞ୍ଜୁରୀ ମିଳିବା ପରେ ସେପ୍ଟେମ୍ବର ୧ତାରିଖରେ ରାଜ୍ୟ ସରକାର ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଥିଲେ । ଇଲେକ୍ଟ୍ରିକ ଚାଳିତ ମୋଟରଯାନ ଚଳାଚଳ କରିବାରେ ଓଡିଶା ଦେଶ ରେ ଦଶମ ସ୍ଥାନ ରେ ରହିବ I

ରାଜ୍ୟରେ ବୈଦ୍ୟୁତିକ ଯାନ ଚଳାଚଳକୁ ସୁବ୍ୟବସ୍ଥିତ କରିବା ନିମନ୍ତେ ଏହି ଦୁଇଟି କମିଟି ଗଠନ ହୋଇଛି। ରାଜ୍ୟସ୍ତରୀୟ ଟାସ୍କଫୋର୍ସର ଅଧ୍ୟକ୍ଷ ଭାବେ ମୁଖ୍ୟ ସଚିବ ଥିବାବେଳେ ଉପାଧ୍ୟକ୍ଷ ଭାବେ କୃଷି ଉତ୍ପାଦନ କମିଶନର, ସଦସ୍ୟ ଅଛନ୍ତି I

ରାଜ୍ୟସ୍ତରୀୟ ଷ୍ଟିୟରିଂ କମିଟିରେ ଆବାହକ ସଦସ୍ୟ ଭାବେ ରାଜ୍ୟ ପରିବହନ କମିଶନରଙ୍କ ସମେତ ସେସୁ, ଇଡକୋ, ଓଏସଆରଟିସି, ପରିଚାଳନା ଅଧ୍ୟକ୍ଷ, ବିଦ୍ୟୁତ ଇଆଇସି, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ,ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ପ୍ରତିନିଧି, ଅର୍ଥ ବିଭାଗର ଯୁଗ୍ମ ସଚିବ, ନଗର ଉନ୍ନୟନ, ଦକ୍ଷତା ବିକାଶ ବିଭାଗର ଅତିରିକ୍ତ ସଚିବ ଏବଂ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ, ଅତିରିକ୍ତ ସଚିବ ଏହାର ସଦସ୍ୟ ରହିବେ I

ସୂଚନାଯୋଗ୍ୟ, ଓଡ଼ିଶାରେ ଅବଧି ଶେଷ ହୋଇଥିବା ପୁରୁଣା ଗାଡ଼ିଗୁଡ଼ିକୁ ରଦ୍ଦ ଓ ବୈଦ୍ୟୁତିକ ମୋଟରଯାନ କିଣିବା ପାଇଁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟ କ୍ୟାବିନେଟ ‘ଓଡ଼ିଶା ବୈଦ୍ୟୁତିକ ମୋଟରଯାନ ନୀତି-୨୦୨୧’କୁ ମଞ୍ଜୁରୀ ପ୍ରଦାନ କରିଥିଲେ ।

ଏହି ପ୍ରସ୍ତାବିତ ନୀତି ଆଧାରରେ ଉତ୍ପାଦନକାରୀ କମ୍ପାନୀ, ଯାନ ବ୍ୟବହାରକାରୀ ଲୋକଙ୍କୁ ଆର୍ଥିକ ରିହାତି ଦେବା ସହ ଗାଡ଼ି ପଞ୍ଜିକରଣ ଦେୟ ଓ ରୋଡ୍ ଟ୍ୟାକ୍ସ ଛାଡ଼ କରିିବାର ପ୍ରାବଧାନ ଅଛି । ଏମଏସଏମଇ ବିଭାଗର ‘ଷ୍ଟାର୍ଟଅପ୍‌’ ପଲିସିରେ ଏହି ବୈଦ୍ୟୁତିକ ଯାନ ଉଦ୍ୟୋଗ ପାଇଁ ପ୍ରୋତ୍ସାହନ ଦିଆଯିବାର ବ୍ୟବସ୍ଥା ହୋଇଛି ।

Leave A Reply

Your email address will not be published.