କେନ୍ଦୁଝରବାସୀଙ୍କ ପାଇଁ ଇଲେକ୍ଟ୍ରିସିଟି ବସ୍‌ ସେବା

14

କେନ୍ଦୁଝର: କେନ୍ଦୁଝରର ବିକାଶ ପାଇଁ ୧,୩୩୦ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହେବ। ଏଥିସହିତ ୨୫ଟି ଅତ୍ୟାଧୁନିକ ଇଲେକ୍ଟ୍ରିକ୍ ବସ୍ ସେବା କେନ୍ଦୁଝର ସହରରେ ଆରମ୍ଭ ହୋଇଛି। କେନ୍ଦୁଝର ଜିଲ୍ଲାରେ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଏହା ଏକ ବିରାଟ ପଦକ୍ଷେପ। ଓଡ଼ିଶା ସରକାରଙ୍କ ଦୂରଦୃଷ୍ଟି ଏବଂ CRUTର ନିରନ୍ତର ପ୍ରୟାସ ଫଳରେ କେନ୍ଦୁଝର ଆଜି ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥା ଆପଣେଇବାରେ ଆଗୁଆ ହୋଇଛି। ପ୍ରାଥମିକ ଭାବେ ୨୫ଟି ଅତ୍ୟାଧୁନିକ ଇଲେକ୍ଟ୍ରିକ୍ ବସ୍ ସହରର ୬ଟି ଗୁରୁତ୍ୱପୂର୍ଣ୍ଣ ମାର୍ଗରେ ଚଳାଚଳ କରିବ।ଏହି ବସ୍ ଗୁଡ଼ିକ ଏପରି ଭାବେ ନିର୍ମିତ, ଯାହା ସହରର ଗଳି କନ୍ଦିରୁ ଆରମ୍ଭ କରି ପ୍ରମୁଖ ରାଜପଥ ପର୍ଯ୍ୟନ୍ତ ସମସ୍ତଙ୍କୁ ସୁଗମ ସଂଯୋଗ ଯୋଗାଇଦେବ। ଆଗାମୀ ୧୦ ବର୍ଷ ପାଇଁ ୧୪୦ କୋଟି ଟଙ୍କାର ବ୍ୟୟ ଅଟକଳରେ ଏହି ସେବା ପରିଚାଳିତ ହେବ। ଏଥିସହ DMF ପାଣ୍ଠି ସହାୟତାରେ ୧୭.୧୨ କୋଟି ଟଙ୍କା ବିନିଯୋଗରେ ଏକ ଅତ୍ୟାଧୁନିକ ବସ୍ ଡିପୋ ନିର୍ମାଣ କରାଯାଇଛି। ଯେଉଁଠାରେ ଫାଷ୍ଟ ଚାର୍ଜିଂ ଓ ରକ୍ଷଣାବେକ୍ଷଣର ସମସ୍ତ ବ୍ୟବସ୍ଥା ରହିଛି। ଏହି ବସ୍‌ ଗୁଡ଼ିକ ସମ୍ପୂର୍ଣ୍ଣ ବାତାନୁକୂଳିତ ହେବା ସହ CCTV, ଲାଇଭ୍ ଟ୍ରାକିଂ ଏବଂ ସଙ୍କଟ ସମୟ ପାଇଁ ‘ପାନିକ୍ ବଟନ୍’ ସୁବିଧା ରହିଛି। ବିଶେଷକରି ମାତୃଶକ୍ତି, ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ବନ୍ଧୁମାନଙ୍କ ପାଇଁ ଏଥିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହି ପ୍ରକଳ୍ପ ୧୫୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି। ସବୁଠାରୁ ଗୌରବର ବିଷୟ ହେଉଛି, ଏହି ସେବାରେ ଆମର ନାରୀ ମାନେ ହେବେ ଚାଳକ କରିବେ। ମାତ୍ର ୫ ଟଙ୍କାରୁ ଆରମ୍ଭ ହେଉଥିବା ଭଡ଼ା ଏବଂ ଡିଜିଟାଲ ପେମେଣ୍ଟ ସୁବିଧା ସାଧାରଣ ଯାତ୍ରୀ, ଛାତ୍ରଛାତ୍ରୀ ଓ ଶ୍ରମିକ ଭାଇଭଉଣୀମାନଙ୍କ ପାଇଁ ବେଶ ସହାୟକ ହେବ।

Comments are closed, but trackbacks and pingbacks are open.